ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ନିଲମ୍ବିତ ହେଲେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି 

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରର ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ନିଲମ୍ବିତ ହୋଇଥିବା ଜଣାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସପିଙ୍କୁ ଦିଆଯାଇଛି।
ବୀରମିତ୍ରପୁର ଥାନା ଅଧିକାରୀଙ୍କ ନାଁରେ ଦୁଷ୍କର୍ମ ଆସିଥିଲା। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭପାତ କରାଯାଇଛି । ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା ।

ଘଟଣାର ତଦନ୍ତ କରିଥିବା ୪ ଜଣିଆ ଡାକ୍ତରୀଦଳ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ ନିକଟରେ ଦାଖଲ କରିଛନ୍ତି। ଏହାର ଏକ ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଡାକ୍ତରୀ ଦଳ ଗର୍ଭପାତ ବେଳେ ରହିଥିବା ନୀତି ନିୟମକୁ ପାଳନ କରାଯାଇଛି କି ନାହିଁ ତାର ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ରିପୋର୍ଟର ସଂପୂର୍ଣ୍ଣ ବିବରଣୀ ହସ୍ତଗତ ହୋଇ ନଥିଲେ ସେଥିରେ ନାବାଳିକାଙ୍କର ଗର୍ଭପାତ ବେଳେ ସଂପୃକ୍ତ ବିଷୟରେ ଥିବା ନୀତିନିୟମକୁ ପାଳନ କରାଯାଇଥିବା କଥା କୁହାଯାଇଛି। ତଥାପି ମଧ୍ୟ ମାମଲାଟି ଏପର୍ଯ୍ୟନ୍ତ ସନ୍ଦେହମୁକ୍ତ ହୋଇନାହିଁ। କାରଣ ‌ଗର୍ଭପାତ ପୂର୍ବରୁ ପୁଲିସ ସେ ବିଷୟରେ ସିଡବ୍ଲ୍ୟୁସିକୁ ନ ଜଣାଇବା ଏବଂ କେଉଁ କାରଣରୁ ଜଣାଇବାଲାଗି ୨ ଦିନ ନିଆଗଲା, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର