ଝାରସୁଗୁଡ଼ା: ଖେଳୁଥିବା ବେଳେ ୩ ବର୍ଷର ଶିଶୁ ପାଟିରେ ଫସିଲା ଫ୍ରାଏପେନ୍‌ ହ୍ୟାଣ୍ଡେଲ

ଝାରସୁଗୁଡ଼ା: ଖେଳୁଥିବା ବେଳେ ଜନୈକ ବାଳକର ପାଟିରେ ଏକ ଫ୍ରାଏପେନ୍‌ର ହ୍ୟାଣ୍ଡେଲ ଫସି ଯାଇଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ସାହାଜବାହାଲ ଅଞ୍ଚଳର ଏହି ୩ ବର୍ଷର ବାଳକ ନିର୍ମଳ ଗୁରୁଙ୍କ ପୁତ୍ର ଅମିତ। ସେ ପତ୍ରାପାଲି ଠାରେ ରହୁଥିବା ମାମୁଁ ଘରକୁ ଆସିଥିଲା।

ଆଜି ଅପରାହ୍ନରେ ଅମିତ ଖେଳୁଥିବା ବେଳେ ଏକ ଲମ୍ବା ହ୍ୟାଣ୍ଡେଲ ଲାଗିଥିବା ଫ୍ରାଏପେନ୍‌କୁ ପାଟି ଭିତରେ ପୁରାଇ ଦେଇଥିଲା। ଫଳରେ ଏହା ପାଟି ଭିତରେ ଫସି ଯାଇଥିଲା। ବହୁ ଚେଷ୍ଠା କରିବା ପରେ ମଧ୍ୟ ଏହା ନବାହାରିବାରୁ ପରିବାର ଲୋକେ ତାକୁ ଝାରସୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତରମାନେ ବହୁ ଉଦ୍ୟମ କରି ମଧ୍ୟ ଫ୍ରାଏପେନ୍‌କୁ ପାଟିରୁ ବାହାର କରିପାରି ନଥିଲେ। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିରେ ବଡ଼ ଅସ୍ତ୍ରୋପଚାର ଆବଶ୍ୟକ କହି ବୁର୍ଲା ସ୍ଥାନାନ୍ତର କରି ଦେଇଥିଲେ। ଖବର ଲେଖାଯିବା ବେଳକୁ ପିଲାଟିକୁ ତାଙ୍କ ପରିବାର ଲୋକେ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅପରେସନ କରାଯିବା ପରେ ଅମିତର ପାଟିରୁ ଫ୍ରାଏପେନ୍‌ ହ୍ୟାଣ୍ଡେଲ ବାହାର କରାଯାଇଛି। ଅମିର ସ୍ୱାସ୍ଥ୍ୟ ସ୍ଥିର ଅଛି। ଖୁବ୍‌ ଶ୍ରଘ୍ର ସେ ଭଲ ହୋଇଯିବ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର