ଭାଷା ବିନା ସାହିତ୍ୟ ପଦବାଚ୍ୟ ହୋଇପାରିବ ନାହିଁ: ସୌମ୍ୟରଞ୍ଜନ ପଟ୍ଟନାୟକ

‘ଝୁମୁକା’ର ସାରସ୍ୱତ ସମାରୋହ: ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଝୁମୁକା ପୁରସ୍କାର

ଭୁବନେଶ୍ୱର: ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଏ ତାହା ସାହିତ୍ୟ। ମଣିଷ ବଞ୍ଚି ରହିବା ପାଇଁ ସାହିତ୍ୟର ଆବଶ୍ୟକତା ରହିଛି। ସାହିତ୍ୟର ଅବିଛେଦ୍ୟ ଅଙ୍ଗ ଭାଷା। ଭାଷା ବିନା ସାହିତ୍ୟ ପଦବାଚ୍ୟ ହୋଇାପାରିବ ନାହିଁ। ଉଭୟ ଭାଷା ଓ ଭାବର ସମ୍ମିଶ୍ରଣ ସାହିତ୍ୟରେ ପରିଲକ୍ଷିତ ହୋଇଥାଏ। ସେହିପରି ପିଲା ମାନଙ୍କ ଭାବନା ଓ ରୁଚିକୁ ନେଇ ଶିଶୁସାହିତ୍ୟ ରଚନା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗୁରୁବାର ଭୁବନେଶ୍ୱର ରୋଟାରୀ ଭବନ ଠାରେ ଶିଶୁ କିଶୋର ପତ୍ରିକା ଝୁମୁକାର ୩୫ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଉରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସମକାଳୀନ ପରିବେଶ ତଥା କାରିଗରୀ ଜ୍ଞାନକୌଶଳକୁ ବ୍ୟବହାର କରି ପିଲାଙ୍କ ସାହିତ୍ୟ ରଚନା କରାିବା ଉଚିତ୍।

ଉତ୍ସବରେ ବିଶିଷ୍ଟ ମନସ୍ତତ୍ୱବିଦ୍ ତଥା ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ପ୍ରଫେସର ସଙ୍ଗୀତା ରଥ ମୁଖ୍ୟବକ୍ତା ଭାବେ‌ ଯୋଗଦେଇ ପିଲା ମାନଙ୍କୁ ଭଲ ବହି ପଢିବାକୁ ଦିଆଯାଉ ବୋଲି କହିଥିଲେ। ଗାନ୍ଧିଜୀ ଭଲ ବହି ପଢି ପ୍ରଭାବିତ ହୋଇ ମହାତ୍ମା ହୋଇ ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ବହି ଆଲୋକ ସଦୃଶ୍ୟ। ଘରେ ବହି ନଥିଲେ ତାହା ଝରକା ନଥିବା ଘର ଭଳି ମନେହୁଏ ବୋଲି ପ୍ରଫେସର ରଥ ମତବ୍ୟକ୍ତ କରିଥିଲେ। କାରିଗରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ବହି ଆଲୋକସଦୃଶ୍ୟ। ଘରେ ବହି ନଥିଲେ ତାହା ଝର୍କା ନଥିବା ଘର ଭଳି ମନେହୁଏ ବୋଲି ପ୍ରଫେସର ରଥ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା। ପାଠ୍ୟ ପୁସ୍ତକରେ ଶିଶୁ ସାହିିତ୍ୟର ବିକାଶ ଘଟିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଝୁମୁକାର ନୂତନ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ଝୁମୁକା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଥିଲା। ଏଥିସହ ଝୁମୁକା ପୃଷ୍ଠାର ସଫଳ ଲେଖକ ଶରତ କୁମାର ନାୟକ ଓ ଲେଖିକା ଲକ୍ଷ୍ମୀପ୍ରିୟା ରାଉତରାୟଙ୍କୁ ଝୁମୁକା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଲେଖିକା ତଥା ଗାୟିକା ଛନ୍ଦା ମିଶ୍ର ଆବାହନୀ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ତନୁଶ୍ରୀ ଜେନା ସଙ୍ଗୀତ ପରିବେଷଣ କରିଥିଲେ। ଝୁମୁକା ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମ୍ପାଦିକା ସୁଜାତା ଦାସ ମାନପତ୍ର ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର