ସଂସ୍କାର ଭାରତୀର ବାର୍ଷିକ ସାଧାରଣ ସଭା

ଭବାନୀପାଟଣା  : କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀର  ବାର୍ଷିକ ସାଧାରଣ ସଭା  ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉତ୍କଳ ପଶ୍ଚିମ ପ୍ରାନ୍ତରୁ ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର , ସାଧାରଣ ସମ୍ପାଦକ ହରେକୃଷ୍ଣ ଭୋଇ ,କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା ,ମାତୃଶକ୍ତି ଜ୍ୟୋତି ରାଣୀ ଦାସ , ସହ କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନେଗୀ ପ୍ରମୁଖ ଯୋଗ ଦେଇଥିଲେ  l

ବର୍ତ୍ତମାନ କରୋନା ମହାମାରୀ ସମୟରେ କଳାକାରମାନେ ଅନେକ ଅଭାବ ଅସୁବିଧାର ସମ୍ମୁଖୀନ ହଉଥିବା ହେତୁ ସଂସ୍କାର ଭାରତୀ ସଂଗଠନ ସମଗ୍ର ଭାରତ ବର୍ଷରେ  ୭୧୨୨୦ ଜଣ କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛି l  କରୋନା ସଂକ୍ରମଣ କାଳରେ କେନ୍ଦ୍ର, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆର୍ଥିକ ସହାୟତା ଯୋଗାଇ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ  । ଏଣୁ  କେନ୍ଦ୍ର ଓ ରାଜ୍ୟ ସରକାର,  ସ୍ଥାନୀୟ ପ୍ରଶାସନ ତଥା କର୍ପୋରେଟ୍ ସଂସ୍ଥା ମାନେ   କଳାକାର ମାନଙ୍କୁ ଅନଲାଇନ ମାଧ୍ୟମରେ ଜୀବନ୍ତ କାର୍ଯ୍ୟକ୍ରମ ଆୟୋଜନ କରି କଳାକାର ମାନଙ୍କୁ ପାରିଶ୍ରମିକ ଦିଆଗଲେ କଳାକାରମାନଙ୍କ ସମ୍ମାନ ରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଭାରତୀୟ ଦର୍ଶନ ସହିତ ଭାରତୀୟ କଳା ନିବିଡ଼ ସମ୍ପର୍କ ରହିଛି କିନ୍ତୁ କିଛି ବ୍ୟକ୍ତି, ସଂସ୍ଥା ତଥା ବିଚାରଧାରା ଦ୍ୱାରା ଭାରତୀୟ କଳା ସଂସ୍କୃତି ଉପରେ ବାରମ୍ବାର ଆକ୍ରମଣ କରାଯାଉଛି ଏବଂ କଳା ଜଗତକୁ ପ୍ରଦୂଷିତ କରାଯାଉଛି l ଏଣୁ ସଦସ୍ୟମାନେ ସଜାଗ ରହିବା ସହିତ ଆବଶ୍ୟକ ସ୍ଥଳେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର