ବେଆଇନ କ୍ଲିନିକ ଉପରେ ଚଢ଼ାଉ , ୪ କ୍ଲିନିକ ସିଲ

ଭବାନୀପାଟଣା : ମ.ରାମପୁର ବ୍ଲକର ବିଭିନ୍ନ ଅଂଚଳରେ ବହୁମାତ୍ରାରେ ବେଆଇନ କ୍ଲିନିକ କରି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁରେ ଲୁଟ କରୁଥିବା ଦେଖାଯାଇଛି । ଏହି ସବୁ କ୍ଲିନିକ ପଶ୍ଚିମବଙ୍ଗରୁ ଆସି କିଛି ଲୋକ ଅଣସ୍ୱୀକୃତିପ୍ରାପ୍ତ କାଗଜପତ୍ର ମାଧ୍ୟମରେ ଚାଲିଆସୁଥିଲା ।
ତେବେ ବିଭିନ୍ନ ସମୟରେ ଏମାନଙ୍କ ଉପରେ ପ୍ରଶାସନ ଦୃଷ୍ଟି ରଖିଥିଲେ ହେଁ ଏମାନେ ବାରମ୍ବାର ପ୍ରଶାସନ ଆଖିରେ ଧୂଳିଦେଇ କ୍ଲିନିକ ସବୁ ଚଳାଇଆସୁଥିଲେ । ଆଜି  କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କ ନେତୃତ୍ୱ ତଥା ମ.ରାମପୁର ଥାନାଧିକାରୀ ଗୋବିନ୍ଦ ମାଝୀ, ସୁପରିଟେଣ୍ଡେଣ୍ଟନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ାକ୍ତର ରଂଜନ ମିତ୍ରା, ଡ଼୍ରଗ ଇନ୍ସିପେକ୍ଟରଙ୍କ ସମେତ ଉପସ୍ଥିତ ରହି ଅଲାତରା, ବୋରଭଟା, ଗୋଚ୍ଛାଡ଼େଙ୍ଗେନ, ମଦନପୁର ଠାରେ ଚଢାଉ କରି ୪ଟି କ୍ଲିନିକ ସିଲ କରାଯାଇଥିବା ଜଣାଯାଇଛି । ଏହି ସବୁ ଅଂଚଳରେ କ୍ଲିନିକ କରି ଗାଁ ଗାଁରେ ବୁଲି ବୁଲି ଚିକିତ୍ସା କରୁଥିବା ଦେଖାଯାଇଛି । ଅନ୍ୟପଟେ ଏପରି ଅନେକ କ୍ଲିନିକ ରହିଛି ସେସବୁ ଉପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।
ସମ୍ବନ୍ଧିତ ଖବର