ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ : ଚିନ୍ତା ବଢ଼ାଇଲାଣି ଗୋଷ୍ଠୀବିବାଦ, ନେତା ନୁହେଁ ପ୍ରସଙ୍ଗ ବଡ଼

ଛତିଶଗ଼ଡି ହାଵା କଂଗ୍ରେସକୁ ଭରସା, ବିଜେଡି-ବିଜେପି ମୁକାବିଲା ପାଇଁ ପ୍ରସ୍ତୁତ

ଭବାନୀପାଟଣା, (ଦେବେନ୍ଦ୍ର ବିଶି): ନିର୍ବାଚନକୁ ନେଇ କଳାହାଣ୍ଡି ଜିଲ୍ଲାରେ ରାଜନୀତି ସରଗରମ ଧରିଲାଣି। ଧର୍ମଗଡ ବିଧାନସଭା ଆସନରେ ସବୁ ଦଳର ଏକାଧିକ ଆଶାୟୀ ସାମ୍ନାକୁ ଆସିଲେଣି। ସବୁ ଦଳକୁ େଗାଷ୍ଠୀ କନ୍ଦଳ ଆକ୍ତାମାକ୍ତା କରୁଛି। ତେବେ ପ୍ରାର୍ଥୀ ନୁହେଁ, ବରଂ ପ୍ରସଙ୍ଗ ଏଠାରେ େନତା ନିର୍ଣ୍ଣୟର ମୁଖ୍ୟ ଆଧାର େହବ େବାଲି ରାଜନୈତିକ ମହଲ ମତ ରଖୁଛନ୍ତି।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଧର୍ମଗଡ ବ୍ଲକ, କଲମପୁର, କୋକସରା ବ୍ଲକର ସମସ୍ତ ପଞ୍ଚାୟତ ଏବଂ ଜୟପାଟଣା ବ୍ଲକର ୪ଟି ପଞ୍ଚାୟତକୁ ନେଇ ଗଠିତ। ସମୁଦାୟ ୮ଟି ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳୀ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି । ଆସନ୍ତା ସାଧାରଣ ନିର୍ବାଚନରେ ୨ଲକ୍ଷ ୬ ହଜାର ୮୨୧ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ଲକ୍ଷ ୨୫ ହଜାର ୬୪୪ ଜଣ ପୁରୁଷ, ୧ଲକ୍ଷ ୨୧ ହଜାର ୧୭୪ ଜଣ ମହିଳା ଓ ୩ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ୨୯୩ଟି ବୁଥରେ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରାଯିବ। ଚଳିତ ନିର୍ବାଚନରେ ୧୬ ହଜାର ୭୦୩ ଜଣ ନୂଆ ଭୋଟର ପ୍ରଥମ ଥର ପାଇଁ ନିଜର ଭୋଟଦାନ ଅଧିକାରକୁ ଜାହିର କରିବେ ।

୨୦୧୪ରେ ବିେଜଡି ପ୍ରାର୍ଥୀ ପୁେଷ୍ପନ୍ଦ୍ର ସିଂହଦେଓ ୫୯ ହଜାର ୯୩୧ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରବୀନ୍ଦ୍ର ପଟ୍ଟଯୋଷୀ ୪୩ ହଜାର ୭୭୩ ଭୋଟ ପାଇଥିଲେ । ବିଧାୟକ ଭାବରେ ପୁଷ୍ପେନ୍ଦ୍ର ତୃତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ଏହି ନିର୍ବାଚନ ମଣ୍ଡଳୀରେ ଧାନର ଅଭାବି ବିକ୍ରୀ ଯୋଗୁଁ ଚାଷୀମାନେ ଧାନ ମଣ୍ଡିରେ ଦଲାଲ ମାନଙ୍କ ଶିକାର ହେବା, ବହୁ ଦିନରୁ ଦାବି ହୋଇ ଆସୁଥିବା ଧର୍ମଗଡ ଜିଲ୍ଲା ଗଠନ, କାଳିଆ ଯୋଜନାରୁ ବହୁ ଚାଷୀ ବାଦ ପଡିବା ଆଦି ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଲାଣି। ଏହାକୁ ଆଧାର କରି େନତାମାେନ େଗାଟିଚାଳନା ଆରମ୍ଭ କରିଛନ୍ତି।

ଗତ ପଞ୍ଚାୟତ ନିର୍ବାଚନରେ ଛତିଶଗଡରେ ସରକାର ଥିବା ଯୋଗୁଁ ଛତିଶଗଡି କ୍ୟାଡରଙ୍କ ଗୋଟିଚାଳନାରେ ସମସ୍ତ ୮ଟି ଜିଲ୍ଲାପରିଷଦ ଆସନ ଜିତିଥିଲା ବିେଜପି। ବର୍ତମାନ ସରକାର ପରିବର୍ତନ େହାଇସାରିଲେଣି। କେଂଗ୍ରସ କ୍ଷମତାକୁ ଆସିବା ସହିତ ଧାନ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କା ଧାର୍ଯ୍ୟ କରି ଚାଷୀମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି। ଧର୍ମଗ଼଼ଡ ବିଧାନସଭା ଅଞ୍ଚଳ ପଡୋଶୀ ରାଜ୍ୟର ସୀମାନ୍ତରେ ଥିବା ଯୋଗୁଁ ଚାଷୀମାନେ ଛତିଶଗଡି ମୁହାଁ ହୋଇଥିଲେ। ବର୍ତମାନ କେଂଗ୍ରସର ଛତିଶଗଡି ହାୱାକୁ ଓଡିଶାର ବିେଜଡି ଓ ବିେଜପି େକତେଦୂର ରୋକିବାରେ ସକ୍ଷମ ହେବେ, ତାହାକୁ େନଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ େହାଇଗଲାଣି।

ବିଧାୟକ ପୁେଷ୍ପନ୍ଦ୍ର ସିଂହଦେଓ ଓ ଗତ ନିର୍ବାଚନରେ ବିଜେପି ଛାଡି ଆସିଥିବା ଜନାର୍ଦ୍ଦନ ପଣ୍ଡା ଓ ଜିଲ୍ଲା ଉପସଭାପତି ପ୍ରଦୀପ ମୁଣ୍ଡ ପ୍ରମୁଖ ବିେଜଡି ପ୍ରାର୍ଥୀ େହବାକୁ ଆଶା ରଖିଛନ୍ତି। ବିେଜପିରେ ମଧ୍ୟ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥାଇ ପରାଜିତ ହୋଇଥିବା ରବୀନ୍ଦ୍ର ପଟ୍ଟଯୋଷୀ ଓ ଜିଲ୍ଲା ବିେଜପିର ଆଗଧାଡି େନତା ବଦ୍ରି ନାରାୟଣ ପଟ୍ଟନାୟକ ପ୍ରାର୍ଥୀ ଆଶାୟୀ। ସେହିଭଳି କଂଗ୍ରେସ ପାଇଁ ଦଣ୍ଡପାଟ ଅଞ୍ଚଳର ଯୁବ େନତା ଦିଗାମ୍ବର ଦୁରିଆ ଓ କୋକସର ଅଞ୍ଚଳର ତରୁଣ ମାଝୀ ଓ ପୁରୁଷୋତ୍ତମ ଗୁପ୍ତା ଟିକେଟ ଲବିରେ ଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଵାକୁ ବିେଜଡି ମୁଖ୍ୟତଃ ନିର୍ଭର କରୁଥିବା ବେଳେ କେଂଗ୍ରସ ଛତିଶଗଡି ହାୱାକୁ ଭରସାରେ ରହିଛି। ହେଲେ କୌଣସି ବି ଦଳ େଗାଷ୍ଠୀ ବିବାଦରୁ ଉର୍ଧ୍ବରେ ନାହାନ୍ତି।

(ଧର୍ମଗଡ଼) ୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ                ଭୋଟ
ବିଜେଡି       ପୁଷ୍ପେନ୍ଦ୍ର ସିଂହଦେଓ           ୫୯,୯୩୧
ବିଜେପି      ରବୀନ୍ଦ୍ର ପଟ୍ଟଯୋଷୀ            ୪୩,୭୭୩
କଂଗ୍ରେସ     ତୁଷ‌ାର ରଂଜନ ପଟ୍ଟଯୋଷୀ    ୧୯,୫୦୮

ସମ୍ବନ୍ଧିତ ଖବର