କାଳିଆ ଯୋଜନାକୁ ଯାଇ ଚାଷୀ ନିଖୋଜ ଘଟଣା: ପରିବାର ଲୋକ ଥାନାରେ ଦେଲେ ଏତଲା

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ବିଳମାଳ ପଞ୍ଚାୟତର ଓଡ଼ିଆ ସାହିରେ ରହୁଥିବା ଲିଙ୍ଗରାଜ ଗୌନ୍ତିଆ ଏକ କ୍ଷୁଦ୍ର ଚାଷୀ କାଳିଆ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଯାଇ ଥିବା ବେଳେ ଆଜକୁ ୧୦ଦିନ ହେଲା ଘରକୁ ଫେରି ନଥିବାରୁ ଘରେ କାନ୍ଦବୋବାଳି ଲାଗିରହିଛି। ମାତ୍ର ପ୍ରଶାସନ ବେଫିକର ରହି ଥିବା ବେଳେ ଗାଲୁ ଛାଡ଼ିନି। ତାଙ୍କ ପରିବାରକୁ ବିଡ଼ିଓ କୌଣସି ଆଶ୍ୱାସନା ଦେଇନଥିବା ବେଳେ ତାଙ୍କ ପରିବାର ଆସି ନିରାଶ ହୋଇ ଫେରିଛନ୍ତି।

ବିଡ଼ିଓ ଜୟଦେବ ଦାଶ କେବଳ ଅଫିସରେ ବସି ଖୋଜା ଚାଲିଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଉଛନ୍ତି। ଏପଟେ ପରିବାର ଲୋକ ସବୁ ଆଡେ ଖୋଜା ଖୋଜି କରି ନିରାଶ ହେବାରୁ ଗୁରୁବାର ଦିନ ଲିଙ୍ଗରାଜର ଭାଇ ସାବତ ଗୌନ୍ତିଆ ବେଲଘର ଥାନା ରେ ଭାଇ ଲିଙ୍ଗରାଜ କାଳିଆ ଯୋଜନାରେ ଘରୁ ବାହାରି ପୁରୀକୁ ଯାଇ ଥିଲେ ମଧ୍ୟ ଫେରି ନଥିବା ଲେଖା ଅଛି ଏହା ପରେ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ କହିଛନ୍ତି ଅଭିଯୋଗ ପ୍ରକାରେ ଏକ ୧/୧୯ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର