ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼, ଠିକାଦାର ଗୁରୁତର, କଟକ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ବୁଧବାର ରାତି ବୋମାମାଡ ହୋଇଛି। ଚାଉଳିଆ ଗାଁର ଠିକାଦାର କ୍ୟାମ୍ପ ଉପରକୁ ବୋମାମାଡ଼ ହୋଇଛି। ଏହି ଘଟଣାରେ ଠିକାଦାର ନଳିନୀ ମହାପାତ୍ର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ନଳିନୀଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର