କେନ୍ଦୁଝର: ୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସୁପାରିଶ କଲେ ନିର୍ବାଚନ ଅଧିକାରୀ

କେନ୍ଦୁଝର: ସ୍ୱଚ୍ଛ ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି ଅଭିଯୋଗରେ ଜିଲ୍ଲା ନିର୍ବାଚନ ଅଧିକାରୀ ପୋଲିଂ ଦାୟିତ୍ୱରେ ଥିବା ୨ ଜଣ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସୁପାରିଶ କରିଛନ୍ତି। ୧୭୧ ନମ୍ବର ଭୋଳନୂଆଗାଁ ବୁଥରେ ଅନିୟମିତତା ଅଭିଯୋଗ। ପ୍ରିଜାଇଡିଂ ଅଫିସର ସୁରେଶ ଚନ୍ଦ୍ର ନାୟକ ଓ ପୋଲିଂ ଅଫିସର ଯୁଧିଷ୍ଠିର ପଣ୍ଡାଙ୍କୁ ନିଲମ୍ବନ ଲାଗି ସୁପାରିସ କରିଥିବା ଜଣାପଡ଼ିଛି। ଏଥି ସହିତ ଜିଲ୍ଲା ନିର୍ବାଚନ ଅଧିକାରୀ ସେକ୍ଟର ଅଫିସର ଆରତି ସିଂଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର