କେନ୍ଦୁଝର: ଦନ୍ତାହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ମୃତ୍ୟୁ

ତେଲକୋଇ: ଆଜି ସକାଳୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତେଲକୋଇ ଥାନା କୁଲାଡେରା ଗ୍ରାମର ନିଧିଆ ନାଏକ। ସେ ବଦଳ ଖୋଜିବାକୁ ଆସିଥିଲେ। ଘରକୁ ଫେରୁଥିବା ବେଳେ ସକାଳ ୬ଟା ବେଳେ ବନବିହାରୀପୁର କାଜୁ ପଡିଆରେ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା। ସ୍ଥାନୀୟ ଲୋକେ ପାଟି କରିବାରୁ ହାତୀଟି ପଳାଇଥିଲା।

ଗୁରୁତରଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ ଦିନ ବ୍ୟବଧାନରେ ୨ ଜଣଙ୍କ ଜୀବନ ଗଲାଣି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ଉତ୍ତ୍ୟକ୍ତ ଲୋକେ ହାତୀ ଘଉଡାଇବା ଦାବିରେ ବନବିଭାଗ କର୍ମଚାରୀ ଓ ଗାଡ଼ିକୁ ୩ ଘଣ୍ଟା ଅଟକ ରଖିଥିଲେ। ସୂଚନାଯୋଗ୍ୟ୧୦ ଦିନ ତଳେ ସମାନ ସ୍ଥାନରେ କୁଲାଡେରା ଗ୍ରାମର ଜହ୍ନି ଦେହୁରୀଙ୍କୁ ହତୀ ମାରିଦେଇଥିଲା।

ସମ୍ବନ୍ଧିତ ଖବର