୩୦ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ଜନ ସମୃଦ୍ଧି ପାର୍ଟି

କେନ୍ଦୁଝର : ଆଗାମୀ ନିର୍ବାଚନରେ ଜନ ସମୃଦ୍ଧି ପାର୍ଟି ପକ୍ଷରୁ ୩୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବ। ୩ଟି ଲୋକସଭା ଆସନରେ ବି। ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀେର ଏଭଳି ସୂଚନା ଦିଆଯାଇଛି। ଦଳର କାର୍ଯ୍ୟକାରୀ ସଭାପତି ସରୋଜ ସାହୁଙ୍କ ସମେତ ବରିଷ୍ଠ କର୍ମକର୍ତାମାେନ ଅଭିେଯାଗ କରିଥିେଲ େଯ ଶାସକ ଦଳର ଇଙ୍ଗିତରେ ପୁଲିସ ପ୍ରଶାସନ କାମ କରୁଛି। ଉଦ୍ଦେଶ୍ୟମୂଳକ ଭାବେ ଦଳୀୟ କର୍ମକର୍ତ୍ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଉଛି। ଦଳର ସଭାପତି ତଥା ଚମ୍ପୁଆ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ ବି ଏଥିରୁ ବାଦ୍ ପଡିନାହାନ୍ତି। ଯଦି ପ୍ରଶାସନ ଏଥିରୁ କ୍ଷାନ୍ତ ନ ରହେ, ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ। ଏହି ସାମ୍ବାଦିକ ସମ୍ମିଳନୀରେ ଯୁଗ୍ମ ସ˚ପାଦକ ସୁରେଶ ସାହୁ, ଆଇନଜୀବୀ ଦୁଷ୍ମନ୍ତ ଜେନା, ସଦର ବ୍ଲକ ଅଧୢକ୍ଷା ଲତିକା ଦେହୁରୀ, ଝୁମ୍ପୁରା ବ୍ଲକ ଅଧୢକ୍ଷ ସୁଶାନ୍ତ ନାଏକଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର