କେନ୍ଦୁଝର ଗସ୍ତରେ ୫-ଟି ସଚିବ: କନ୍ୟାଶ୍ରମରେ ଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଲେ

ଯୋଡ଼ା: ଶୁକ୍ରବାର କେନ୍ଦୁଝର ଗସ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆସିଥିଲେ। ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ବି ଯାଇଥିଲେ। ପ୍ରଥମେ ବାସୁଦେବପୁର ନିକଟରେ ଥିବା କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳାରେ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିଥିଲେ।

ଏହାପରେ ବାସୁଦେବପୁର କନ୍ୟାଶ୍ରମରେ ପହଞ୍ଚି ୫ଟି ଅଧୀନରେ ହୋଇଥିବା ରୂପାନ୍ତିକରଣ କାର୍ଯ୍ୟର ତଦାରଖ କରିବା ସହିତ ୫ଟି ସଚିବ ଛାତ୍ରୀମାନଙ୍କ ସହିତ ଖେଳିଥିଲେ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଏଥିସହିତ କେନ୍ଦୁଝର ଜିଲ୍ଲାରେ ପ୍ରତ୍ୟେକ ଘରେ କିଭଳି ପିଇବା ପାଣି ପହଞ୍ଚି ପାରିବ ତାହାର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଗସ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର