ଘରୋଇ ପାଇଖାନା ନିର୍ମାଣରେ କୋରାପୁଟ ପଛୁଆ, ଏବେ ବି ୧୧୮୬୮ ପରିବାରଙ୍କୁ ମିଳିନି ଶୌଚାଳୟ

କୋରାପୁଟ: କୋରାପୁଟ ଜିଲ୍ଲାରେ ବାଟ ହୁଡିଛି ସ୍ବଚ୍ଛ ଭାରତ ମିଶନ। ଏହି ମିଶନ ଅଧୀନ ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣରେ କୋରାପୁଟ ପଛୁଆ ରାଜ୍ୟରେ ପଛରେ ପଡିଛି। ଜିଲ୍ଲାରେ ଏବେ ସୁଦ୍ଧା ମାତ୍ର ୪୫.୯ ପ୍ରତିଶତ ହିତାଧିକାରୀ ଏହି ଯୋଜନାରେ ଯ‌ୋଡି ହୋଇଥିବାବେଳେ ଅଧାରୁ ଅଧିକ ପରିବାରଙ୍କୁ ନାହିଁ ପାଇଖାନା। ଜିଲ୍ଲାର ୧୪ଟି ବ୍ଲକରେ ସ୍ବଚ୍ଛ ଭାରତ ମିଶନ- ପର୍ଯ୍ୟାୟ-୨ରେ ୨୫ହଜାର୮୩୫ ପରିବାର ରହିଥିବାବେଳେ ଏବେ ସୁଦ୍ଧା ୧୧ହଜାର୮୬୮ ପରିବାରକୁ ଯୋଡାଯାଇଛି। ଏବେ ବି ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ୧୩ ହଜାର୯୬୭ ଟି ପରିବାରକୁ ଏହି ଯୋଜନାରେ ଅନ୍ତଭୁକ୍ତ କରାଯାଇପାରିନି।

ବନ୍ଧୁଗାଁ ବ୍ଲକରେ ସମୁଦାୟ ଘର ୭୪୦ ରହିଥିବାବେଳେ ୧୪୯ଟି ପରିବାର ପାଇଖାନା (୨୦.୧ ପ୍ରତିଶତ)ମିଳିଥିବାବେଳେ ବୈପାରିଗୁଡା ବ୍ଲକରେ ୨୮୨୨ଟି ପରିବାର ମଧ୍ୟରୁ ୭୦୬ ଘରକୁ ପାଇଖାନା (୨୮.୦) ମିଳିଛି। ବୋରିଗୁମ୍ମା ବ୍ଲକରେ ୩୨୪୬ ପରିବାର ମଧ୍ୟରୁ ୮୪୦ଟି (୨୫.୯) ପରିବାର, ଦଶମନ୍ତପୁର ବ୍ଲକରେ ୧୯୩୩ରୁ ୫୦୪(୨୬.୧), ଜୟପୁରରେ ୪୭୦ରୁ ୧୭୮(୩୭.୯), କୋରାପୁଟରେ ୪୭୫ରୁ ୨୪୦(୫୦.୫), କୋଟପାଡରେ ୯୨୭୬ରୁ ୬୬୦୦(୭୧.୨), କୁନ୍ଦୁରାରେ ୮୫୩ରୁ ୩୨୨(୩୬.୬), ଲମତାପୁଟରେ ୧୭୭୮ରୁ ୭୩୧(୪୧.୧), ଲକ୍ଷ୍ମୀପୁରରେ ୨୪୪ରୁ ୨୯(୧୧.୯), ନନ୍ଦପୁରରେ ୧୩୮୪ରୁ ୪୪୭(୬୨.୪), ନାରାୟଣପଟଣାରେ ୬୨୨ରୁ ୩୮୮(୬୨.୪), ପଟାଙ୍ଗୀରେ ୧୦୭୮ରୁ ୨୨୨(୨୦.୭) ଓ ସେମିଳିଗୁଡାରେ୧୨୧୪ରୁ ୫୨୨(୪୩.୦) ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣ ହୋଇଛି। ଜିଲ୍ଲା ଜଳ ଓ ପରିମଳ ମିଶନ ଅଧୀନରେ ବ୍ଲକୱାରୀ ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ପର୍ଯ୍ୟାୟ-୨ରେ ଯୋଜନାରେ ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣ ଏପରି ତଥ୍ୟ ପଦାକୁ ଆସିଛି।

ସମ୍ବନ୍ଧିତ ଖବର