୩୦୭ କିଲୋଗ୍ରାମ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ: କୋରାପୁଟ ଜିଲ୍ଲା ଖେମୁଣ୍ଡୁପୁଟ ଗ୍ରାମରୁ ପୁଲିସ ୩୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ଖେମୁଣ୍ଡୁପୁଟ ଗ୍ରାମର କୃଷ୍ଣ ବଡ଼ନାୟକଙ୍କ ଘରୁ ୩୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇକୁ କୃଷ୍ଣ ବଡ଼ନାୟକ ଏବଂ ଅନ୍ୟମାନେ ଗଚ୍ଛିତ କରି ରଖିଥିଲେ। ପୁଲିସ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୃଷ୍ଣ ବଡ଼ନାୟକଙ୍କ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରାଯାଇଥିଲା।

ତେବେ ଅଭିଯୁକ୍ତମାନେ ଅନ୍ଧକାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଏହି ଘଟଣାରେ ମାଛକୁଣ୍ଡ ଥାନାରେ ଏକ ମାମଲା ପଞ୍ଜିକୃତ ହୋଇଛି। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର