ପାଞ୍ଚଦିନ ତଳେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ମହିଳା ହସ୍‌ପିଟାଲ୍‌ର ତୃତୀୟ ମହଲାରୁ ଡେଇଁ କଲେ ଆତ୍ମହତ୍ୟା, ଘଟଣାସ୍ଥଳରେ ଉଡିଗଲା ପ୍ରାଣବାୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ତୃତୀୟ ମହଲାରୁ ଡେଇଁ ଜଣେ ପ୍ରସୂତି ମହିଳା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପ୍ରସୂତି ଧରମ ଭତରାଙ୍କ ପତ୍ନୀ ଜେମା ଭତରା ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁର ଡାବୁଗାଁ ବ୍ଲକ୍‌ର ଡଙ୍ଗରା ଗ୍ରାମରେ ବସବାସ କରୁଥିଲେ।

ସୂଚନାଯୋଗ୍ୟ, ପ୍ରସୂତି ଜଣକ ଅନ୍ତସତ୍ତ୍ୱା ଥିବାରୁ ତାଙ୍କୁ ପ୍ରସୂତି ଓ୍ଵାର୍ଡର ୧୬ନମ୍ବର ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଗତ ପାଞ୍ଚଦିନ ତଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଥିଲା। ତେବେ ଆଜି ହଠାତ ଖାଇ ସାରିବା ପରେ ତାଙ୍କ ନବଜାତ ପୁଅକୁ ଧରି ପରିଶ୍ରା ଯିବାକୁ ବାହାରିଥିଲେ। ଏହି ସମୟରେ ଡାକ୍ତରଖାନାରେ ତାଙ୍କ ସ୍ୱାମୀ, ଶାଶୁ ଓ ଅନ୍ୟମାନେ ବି ଉପସ୍ଥିତ ଥିଲେ। ତେବେ ଜେମା ଭତରାଙ୍କ ଶାଶୁ ତାଙ୍କୁ ଅଟକାଇଥିଲେ। ଏବଂ ଜେମାଙ୍କ ହାତରୁ ଶାଶୁ ଶିଶୁପୁତ୍ରକୁ ନେଇ ଯାଇଥିଲେ। ଏହାପରେ ଜେମା ପରିଶ୍ରା ଯିବାକୁ କହି ହସ୍‌ପିଟାଲ୍‌ର ତୃତୀୟ ମହଲା ଛାତରୁ ଡେଇଁ ପଡ଼ିଥିଲେ। ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର