୧୪ ବର୍ଷ ପରେ ବୋମା ମାଡ଼ କରି ଲୁଟ୍ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଭଞ୍ଜନଗର: ଗତ ୨୦୦୭ ମସିହା ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ମେଦିରି ସାହି ଠାରେ ବୋମା ମାଡ଼ କରିବା ସହ ଭୁଜାଲି ଦେଖାଇ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ମାମାଲାର ତଦନ୍ତ କରି ଆଜି ପୁଲିସ୍ ଜଣେ ଅଭିଯୁକ୍ତକୁ କୋକର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶେରଗଡ ଥାନା ରଘୁନାଥପୁର ଶାସନର କାହ୍ନୁଚରଣ ମିଶ୍ର ଓରଫ ବୁଢା। ଦୀର୍ଘ ୧୪ ବର୍ଷ ପରେ ପୁଲିସ୍ ଏହି ଲୁଟ ମାମଲାର ତଦନ୍ତ କରି ଅଭିଯୁକ୍ତ କାହ୍ନୁକୁ ଧରିବାରେ ସକ୍ଷମ ହୋଇଛି। କାହ୍ନୁକୁ ଗିରଫ କରିବା ପାଇଁ ପୁଲିସ୍ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ରହିଥିଲା। ଦୀର୍ଘଦିନ ପରେ ସେ ଜିଲ୍ଲା ବାହାରେ ରହିଥିବା ପୁଲିସ୍ ବିଶ୍ବସ୍ତ ସୁତ୍ରର ଖବର ପାଇ ଚଢଉ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ବେଲଗୁଣ୍ଠା ଜଗନ୍ନାଥପାଟଣା ସାହିର ସତ୍ୟବାଦୀ ବିନ୍ଧାଣୀରାଙ୍କ ପୁଅ ସୁରେନ୍ଦ୍ର କୁମାର ବିନ୍ଧାଣୀରା ଗତ ୨୦୦୭ ମସିହା ଡିହସେମ୍ବର ୨୭ ତାରିଖ ଦିନ ନିଜ ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେମଳେ ମେଦିରି ସାହି ନିକଟରେ ବୋମା ମାଡ଼ କରିବା ସହ ଭୁଜାଲି ଦେଖାଇ ତାଙ୍କ ନିକଟରୁ ପ୍ରାୟ ୧୦୬ ତୁଳା ସୁନା ଅଳଙ୍କାର ଲୁଟ କରିନେଇଥିବା ସେହି ସମୟରେ ସୁରେନ୍ଦ୍ର ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।

ସେହି ଏତଲା ଆଧାରରେ ପୁଲିସ୍ କେସ୍ ନମ୍ବର ୩୦୭ରେ ଏକ ମାମାଲା ରୁଜୁ କରିବା ସହ ଦଫା ୩୯୫,୨୫(୧)(ଏ),୨୭ ଆର୍ମସ୍ ଆକ୍ଟ ଏବଂ ୩ ଇଏସ୍ ଆକ୍ଟରେ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇନଥିଲା। ଆଜି ସେହି ମାମଲାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କାହ୍ନର ନାମରେ ଭଞ୍ଜନଗର ସମେତ ଆସିକା, ହିଞ୍ଜିଳି, ବଡ଼ଗଡ଼, ବୁଗୁଡ଼ା ଥାନାରେ ବହୁ ମାମାଲା ରହିଥିବା ବେଜଳେ ଭୂବନେଶ୍ବର ଲକ୍ଷ୍ମୀସାଗର ଥାନା ଅଧୀନରେ ହୋଇଥିବା ଏକ ହତ୍ୟା ମାମଲାହରେ ସେ ଦୀର୍ଘଦିନ ଜେଲ୍ରେ ରହିଥିବା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର