୨୭୦ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା।୨୭୦ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ନିର୍ଦେଶକ୍ରମେ ଇନସପେକ୍ଟର ଉଦୟ ନାୟକଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମରେ ଚଢାଉ କରିଥିଲେ।

ତେବେ ଏହି ଗ୍ରାମର ହରି ହନ୍ତାଳଙ୍କ ଘର ସାମ୍ନାରେ ୧୧ ବସ୍ତା ଗଂଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହି ଗଂଜେଇକୁ ଜବତ କରିବା ସହ ହରି ହନ୍ତାଳଙ୍କୁ ଗିରଫ କରିଥିଲେ। ହି ୧୧ ବସ୍ତାରେ ୨୭୦ କିଲୋ ଗଂଜେଇ ରହିଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଲାଣ ଜୋରସୋରରେ ଚାଲିଥିବା ବେଳେ ପୁଲିସ ତରଫରୁ ଧରପଗଡ ଜୋରଦାର କରାଯାଇଛି।

ତେବେ ଅବକାରୀ ବିଭାଗ ମଧ୍ୟ ପଛରେ ନାହିଁ। ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅବକାରୀ ବିଭାଗ ତରଫରୁ ଜୋରଦାର ଧରପଗଡ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଗଂଜେଇ ଚୋରାଚାଲାଣକୁ ରୋକିବାକୁ ଜୋରଦାର ଚଢାଉ କରାଯିବ ବୋଲି ଅବକାରୀ ବିଭାଗ କହିଛି।

ସମ୍ବନ୍ଧିତ ଖବର