୧୧ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ୧୧ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ଜିଲ୍ଲାର କଟୁର ଥାନା ଅଂଚଳରେ ଜିଲ୍ଲା ପୋଲିସ ଏବଂ ଡିଆରଜି ଯବାନ କମ୍ବିଂ କରୁଥିବା ବେଳେ ୨ ଜଣ ମହିଳା ସମେତ ୧୧ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ନକ୍ସଲଙ୍କ ନାମରେ ବିଭିନ୍ନ ଥାନାରେ କେଶ ରହିଥିବା ଜଣାପଡିଛି। ଏସପି ମୋହିତ ଗର୍ଗଙ୍କ କହିବା ଅନୁଯାୟୀ ଏମାନଙ୍କୁ ଧରିବା ପାଇଁ ପୁଲିସ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିଲା। ଏମାନଙ୍କୁ ଧରିବା ପରେ ପଚରାଉଚରା ଚାଲିଛି। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର