ନୀଳଗିରି: ହାଇଓ୍ଵା ଧକ୍କାରେ ଶ୍ରମିକ ମୃତ, ରାସ୍ତାରୋକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଅଯୋଧ୍ୟା-ସଜନୀଗଡ଼ ରାସ୍ତାର ଗୋପାଳପୁର ପଞ୍ଚାୟତର ପ୍ରତାପପୁର ତେନ୍ତୁଲିପଡ଼ା ଛକ ନିକଟରେ ଏକ ହାଇଓ୍ଵା ଧକ୍କାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ରାସ୍ତାରୋକ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଗ୍ରାମର ଗୋପାଳ ପାତ୍ର (୪୮ ବର୍ଷ) ୁନାମକ ଜଣେ ବ୍ୟକ୍ତି ନିକଟସ୍ଥ ଇଟା ଭାଟିକୁ କାମ କରିବାକୁ ଯାଉଥିବା ବେଳେ ତାଙ୍କୁ ଓଡ଼ି ୦୧ କେ ୬୪୪୮ ନମ୍ବର ବିଶିଷ୍ଟ ଏକ ହାଇଓ୍ଵା ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ପାତ୍ରଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧିତ ଖବର