ରଙ୍ଗ୍‌ ନମ୍ବରରୁ ପ୍ରେମ ସଂପର୍କର କରୁଣ ପରିଣତି, ୪ ପିଲାର ବାପା ଦ୍ବାରା ଦୁଷ୍କର୍ମର ଶିକାର ହେଲେ ବିଧବା ମହିଳା

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରଙ୍ଗ୍‌ ନମ୍ବରରୁ ପ୍ରେମ କରି ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମକାରୀଜଣକ ୪ ଛୁଆର ବାପା ବୋଲି ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୁକ୍ତ(୪୯) ଚେନ୍ନାଇରେ କାମ କରୁଥିବା ବେଳେ ବାଙ୍ଗିରିପୋଷି ଅଂଚଳର ଜଣେ ବିଧବା ମହିଳା (୩୬)ଙ୍କ ସହିତ  ରଙ୍ଗନମ୍ବରରୁ ପ୍ରେମ ସଂପର୍କ ଗଢିଉଠିଥିଲା। ଗତ ତିନି ତାରିଖ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ମୋଟର ସାଇକେଲରେ ନେଇ ତାଳବଂଧଠାରେ ଏକ ଡୁଙ୍ଗୁରୀ ପାଖ ପୋଖରୀ ହୁଡ଼ାରେ ଦୁଷ୍କର୍ମ କରିଥିବା ବାଙ୍ଗିରିପୋଷି ଥାନାରେ ଅଭିଯୋଗ ହୋଇଛି।

ବିବାହ କରିବା ପାଇଁ ଯୁବକ ରାଜି ନ ହେବାରୁ ମହିଳା ପୁଲିସର ଦ୍ବାରସ୍ଥ ହୋଇଥିଲେ। ବାଙ୍ଗିରିପୋଷି ପୁଲିସ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟ ଙ୍କ ଡାକ୍ତରୀ ମାଇନା ମଧ୍ୟ ହୋଇଛି। ପୁଲିସ ମାମଲା ରୁଜୁ  କରି ତଦନ୍ତ କରୁଛି ବୋଲି ପୁଲିସ ଅଧିକାରୀ ଅନ୍ନପୂର୍ଣ୍ଣା ଦାସ କହିଛନ୍ତି।

ସମ୍ବନ୍ଧିତ ଖବର