ପଞ୍ଚାୟତ ନିର୍ବାଚନକୁ ନେଇ ସର୍ବଦଳୀୟ ବୈଠକ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିପୁଡ଼ା ଠାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଅଭିମନ୍ୟୁ କବି ଶତପଥି ଏବଂ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକିଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ସହ ପୁଲିସ ବିଭାଗ ମଧ୍ୟ ଯୋଗ ଦେଇଥିଲେ। କଂଗ୍ରେସ ଦଳରୁ ସାଂସଦ ପ୍ରତିନିଧି ପି. ରମେଶ ପାତ୍ର, ବିଜେଡିରୁ ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ବିଜେପିରୁ ଉମେଶ ପଟ୍ଟନାୟକ, ଏସୟୁସିଆଇରୁ ସୂର୍ଯ୍ୟ ନାରାୟଣ ବିଷୋୟୀ ଏବଂ ବିଏସପି ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନ କମିଶନର ଦ୍ଵାରା ପ୍ରସ୍ତୁତ ଗାଇଡ ଲାଇନ ସମ୍ପର୍କରେ ଆଲୋଚନା କରିଥିଲେ।

ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ଏବଂ ସୁରୁଖୁରୁରେ ପରିଚାଳିତ ହେବ ଏବଂ ଓମିକ୍ରନକୁ ଆଖି ଆଗରେ ରଖି ସଚେତନତା ସୃଷ୍ଟି କରାଯିବ ସେନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିସହ ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା। ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ ବିଭାଗ ଅଂଶଗ୍ରହଣ କରିବେ ଏବଂ କୈାଣସି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର