ଜଗତସିଂହପୁର: ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାରେ ରାଜନେତା ମଧ୍ୟ ସାମିଲ ହୋଇଛନ୍ତି। ବାଲିକୁଦା-ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ସନ୍ଧ୍ୟାରେ ‘ଜନତା କର୍ଫ୍ୟୁ’କୁ ସମର୍ଥନ ଜଣାଇ ତାଙ୍କ ବାଲିକୁଦାସ୍ଥିତ ବାସଭବନରେ କରୋନା ଯୋଦ୍ଧାଙ୍କୁ ଘଣ୍ଟ ବଜେଇ ଧନ୍ୟବାଦ ଜଣାଇଛନ୍ତି। ଏଭଳି ଜରୁରୀ ପରିସ୍ଥିତିରେ ନିଜ ଜୀବନକୁ ବାଜିରେ ଲଗାଇ ଯେଉଁମାନେ ଦେଶରେ କୋଟି କୋଟି ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନଙ୍କୁ ଏଭଳି ପ୍ରୟାସ କାମ କରିବାକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ କର୍ମୀ, ମିଡିଆ କର୍ମୀ, ସଫେଇ କର୍ମୀ, ହୋମ ଡେଲିଭରି କରୁଥିବା ଲୋକେ ଏଭଳି ପରିସ୍ଥିତିରେ ସେମାନଙ୍କ କାମ ଅହରହ ଜାରି ରଖିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ତାଳି, ଥାଳି, ଘଣ୍ଟ, ଘଣ୍ଟି ଓ ଶଙ୍ଖ ବଜାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ। ମୋଦୀଙ୍କ ଏହି ଆହ୍ଵାନ ପରେ ଦେଶବ୍ୟାପୀ ବିଭିନ୍ନ ସହରରେ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଛି।