ବାଲେଶ୍ବର: ପ୍ରେମରେ ବିଫଳ ହୋଇ ନାବାଳିକାର ଗଳା କାଟିଦେଲା ଯୁବକ

ବାଲେଶ୍ବର: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ନାବାଳିକା ଟ୍ୟୁସନ ସାରି ଘରକୁ ଫେରିବା ବେଳେ  ଯୁବକ ଆକ୍ରମଣ କରିଛି। ନାବାଳିକା ଜଣକ ଛଟପଟ ହେଉଥିବା ବେଳେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗତ କିଛି ଦିନ ହେବ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରି ଆସୁଥିଲା। ବାରମ୍ବାର ନିବେଦନ କରି ବିଫଳ ହେବା ପରେ ହିଂସା କାମ କରିବାକୁ ଚିନ୍ତା କରିଥିଲା। ଝିଅକୁ ଘର ଲୋକେ ସତର୍କ କରାଇଥିବା ସୂଚନା ରହିଛି । ଆଉ ସହଦେବଖୁଣ୍ଟା ଥାନାରେ ବି ଝିଅର ବାପା ଅଭିଯୋଗ ସହ ସୁରକ୍ଷା ପାଇଁ କହିଥିଲେ । କିଛି ଦିନ ନିରବ ରହିବା ପରେ ଆଜି ଏମିତି ଅଭାବନୀୟକାଣ୍ଡ ଘଟାଇଛି ଯୁବକ ।

ସମ୍ବନ୍ଧିତ ଖବର