ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଗତ ୩ମାସ ହେବ କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଲିଙ୍ଗରାଜ ନଗର ଅଂଚଳର ସୁଶିଳ ସୁନା(୨୨)ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ତିନି ମାସ ପରେ ମହିଳା ଥାନା ପୁଲିସ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ  ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରେ ଅଭିଯୁକ୍ତ ସୁଶିଳ ନାବାଳିକାକୁ ଅପହରଣ କରି ନେଇଥିଲା । ନାବାଳିକାଙ୍କର ଇଛା ବିରୋଧରେ ଅଭିଯୁକ୍ତ ସୁଶିଳ ଡରାଇ ଧମକାଇ ଶାରିରୀକ ସଂପର୍କ ରଖିଥିଲା । ଏ ନେଇ ନାବାଳିକାଙ୍କ ବାପା ଜୟପୁର ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ୧୬୪ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଲିପିବଦ୍ଧ କରାଇବା ସହ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିବା କହିଛନ୍ତି ମହିଳା ଥାନା ଆଇଆଇସି। ଆଜି ଅଭିଯୁକ୍ତକୁ କୋର୍ଟକୁ ଚାଳାଣ କରାଯାଇଛି।

ସମ୍ବନ୍ଧିତ ଖବର