ରାୟଗଡ଼ା: ମୀନାଝୋଲା ଠାରେ ନଦୀରେ ବୁଡ଼ି ମାଆ ଓ ଝିଅଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପବିତ୍ର ଓ ପ୍ରାଚୀନ ଶୈବପୀଠ ମୀନାଝୋଲାଠାରେ ନଦୀରେ ଗାଧୋଉଥିବା ବେଳେ ଆଜି ସକାଳେ ମାଆଝିଅଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଦକ୍ଷିଣ ଓଡ଼ିଶାର ତ୍ରୀବେଣୀ ଘାଟ ଭାବେ ପରିଚିତ ଏହି ପୀଠ ନିକଟସ୍ଥ ନଦୀରେ ସ୍ଥାନ କରୁଥିବା ବେଳେ ମାଓ ଝିଅ ଏଥିରେ ବୁଡ଼ି ଯାଇଥିଲେ। ମୃତଦେହ ଦୁଇଟି ପଥର ସନ୍ଧିିରେ ଚାପି ହୋଇ ରହିଯାଇଥିବାରୁ ଉଦ୍ଧାର କରାଯାଇ ପାରି ନାହିଁ। ମୃତକମାନେ ଗତପତି ଜିଲ୍ଲା ହାଡ଼ଭାଙ୍ଗି ଅଞ୍ଚଳର ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର