ସାମାନ୍ୟ ବଚସାକୁ ନେଇ କୁରାଢି ବେଣ୍ଟରେ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଏପରି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଭାଲୁବସା ପଞ୍ଚାୟତର ବୁଢ଼ାମରା ଗ୍ରାମରେ। ମୃତକ ହେଲେ ସୁକେଶ ମହାନ୍ତ।

ସୂଚନା ଅନୁଯାୟୀ ସୁକେଶ ମହାନ୍ତ(୫୯) ଓ ପଡ଼ୋଶୀ ଚନ୍ଦ୍ର ମୋହନ ମହାନ୍ତ ଛେଳି ଚରାଇ ଫେରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ର ମୋହନ ସୁକେଶଙ୍କ ମୁଣ୍ଡରେ ଏକ କୁରାଢି ବେଣ୍ଟରେ ପ୍ରହାର କରିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୁ ଶାନ୍ତିଲତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା।

ତେବେ ସୁକେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ରାଇରଙ୍ଗପୁର ଟାଉନଥାନା ଅଧିକାରୀ ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଛାନଭିନ୍‌ କରିଥିଲେ। ପୁଲିସ ହତ୍ୟା ଘଟଣାରେ ସଂପୃକ୍ତ ଚନ୍ଦ୍ର ମୋହନକୁ ଗିରଫ କରିଛି। ଚନ୍ଦ୍ର ମୋହନ୍‌ର ମାନସିକ ସ୍ଥିତି ଠିକ ନ ଥିବା ଜଣାପଡ଼ିଛି। ଏନେଇ ଟାଉନ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତକର ଶବ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

ସମ୍ବନ୍ଧିତ ଖବର