ନବରଙ୍ଗପୁର: ୨ଟି ଭାଲୁର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ରୀ ଲହୁଲୁହାଣ, ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର/କୋରାପୁଟ: ଗୋଟିଏ ନୁହେଁ ଏକାଥରକେ ୨ଟି ଭାଲୁର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ। କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଳି ଗାଁରେ ଏହି ଘଟଣା ଆଜି ପୂର୍ବାହ୍ନ ୧୦ଟାରେ ଘଟିଛି। ରିପୋର୍ଟ ଅନୁସାରେ ନବମ ଶ୍ରେଣୀ ଛାତ୍ରୀ ଡି ତେଜେଶ୍ୱରୀ ଆଜି ନିଜ ମକାଚାଷ ଜମିକୁ ଯାଉଥିବା ବେଳେ ଜଙ୍ଗଲିଆ ବୁଦା ଭିତରୁ ୨ଟି ଭାଲୁ ଅଚାନକ ବାହାରିଥିଲେ। ଭାଲୁ ୨ଟିକୁ ଦେଖି ତେଜେଶ୍ୱରୀ ଚିତ୍କାର କରିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ଭାଲୁ ୨ଟି ତେଜେଶ୍ୱରୀକୁ ଲହୁଲୁହାଣ କରି ଦେଇଥିଲେ। ପରେ ସେମାନେ ଜଙ୍ଗଲ ଭିତରକୁ ପଳାଇଥିଲେ।

ତେଜେଶ୍ୱରୀର ଚିତ୍କାର ଶୁଣି ଆଖପାଖ ଅଞ୍ଚଳରେ କାମ କରୁଥିବା ଲୋକେ ଧାଇଁ ଥିଲେ। ଅଧିକ ସଂଖ୍ୟାରେ ଲୋକଙ୍କୁ ଦେଖି ଭାଲୁ ୨ଟି ସେଠାରୁ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ତେଜେଶ୍ୱରୀଙ୍କୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ତେଜେଶ୍ୱରୀର ସ୍ୱାସ୍ଥ୍ୟାବସ୍ଥା ଏକ ପ୍ରକାର ଭଲ ଅଛି।

ସମ୍ବନ୍ଧିତ ଖବର