ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ନବରଙ୍ଗପୁର/ନନ୍ଦାହାଣ୍ଡି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ବିଇଓ। ନନ୍ଦାହାଣ୍ଡି ବ୍ଲକର ବି.ମାଳିଗୁଡା ୟୁଜି ହାଇସ୍କୁଲର ଲେବେଲ୍ ୩ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପଣ୍ଡାଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ସେ ବିଭିନ୍ନ ଅନିୟମିତତାରେ ସଂପୃକ୍ତ। ଏନେଇ ଛାତ୍ର ହେଲପ ଲାଇନ ଏବଂ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇଥିଲା। ଉକ୍ତ ତଦନ୍ତ ରିପୋର୍ଟକୁ ଆଧାର କରି ନନ୍ଦାହାଣ୍ଡି ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରଧାନ ଶିକ୍ଷକ ଦାୟିତ୍ବ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ.ଗୁପ୍ତେଶ୍ବର ନାଇଡୁଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି।

ସମ୍ବନ୍ଧିତ ଖବର