ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ବଡ ସଫଳତା। ଏନକାଉଣ୍ଟରରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଛି। ଜିଲ୍ଲାର ମୁସ୍ତାଲନାର ଜଂଗଲରେ ମାଓବାଦୀ କ୍ୟାମ୍ପ କରି ପୁଲିସ ଉପରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଖବର ପାଇ ଡିଆରଜି ଏବଂ ଏସଟିଏଫ ଯବାନ ଘଟଣାସ୍ଥଳକୁ କମ୍ବିଂ କରିବା ପାଇଁ ବାହାରିଥିଲେ। ତେବେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ତେବେ ଏହି ଗୁଳିବିନିମୟରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସେଠାରେ ଜଣେ ହାର୍ଡକୋର ନକ୍ସଲର ମୃତଦେହକୁ ଜବତ କରାଯିବା ସହ ବହୁ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧିତ ଖବର