ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ଏସଆଇଟି ତଦନ୍ତକୁ ଅସ୍ବୀକାର କରୁଛି ରାଜ୍ୟ ବିଜେପି

ଭୁବନେଶ୍ବର: ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ଏସଆଇଟି ତଦନ୍ତର ଫଳାଫଳକୁ ସ୍ଵୀକାର କରିବାକୁ ନାରାଜ ରାଜ୍ୟ ବିଜେପି । ଏ ନେଇ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର କହିଛନ୍ତି କି, ‘ପରୀକୁ ନ୍ୟାୟ ମିଳିଲା ନାହିଁ। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ନ ହେଲା ପର୍ଯ୍ୟନ୍ତ ବିଜେପି ବିରୋଧ ଜାରି ରଖିବ । ଅରୁଣ ବୋଥ୍ରାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ। ମୋ ସରକାର ଚାପରେ ଜଣେ ଅରୁଣଙ୍କୁ ବଞ୍ଚାଇବାକୁ ଆଉ ଜଣେ ଅରୁଣ ଆସିଛନ୍ତି । ଏକ ସୁନ୍ଦର ନାଟକ ଶୁଣେଇଛନ୍ତି ଓ ଓଡିଶାବାସୀଙ୍କୁ ଭ୍ରମିତ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଗୋଟେ କଥା କହିଲେ ଏବେ ଏସଆଇଟି ଆଉ ଗୋଟେ କଥା କହୁଛି । ନାବାଳିକା ପ୍ରସଙ୍ଗରେ ତା’ ବାପାମାଆଙ୍କ କଥା ଶୁଣିବା କଥା । ଏବେ ପରୀର ବାପା କ’ଣ କହୁଛନ୍ତି ସମସ୍ତେ ଜାଣିଛନ୍ତି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରେଇବାକୁ ସୁପାରିସ କରିଛନ୍ତି, ରାଜ୍ୟ ସରକାର କାହିଁକି ରାଜି ହେଉନାହାନ୍ତି ? ଲୋକ ଜାଣିଛନ୍ତି, ଜବାବ ଦେବେ।’

ସମ୍ବନ୍ଧିତ ଖବର