ହାଡଭଙ୍ଗା ଶୀତରେ ତିନି ଦିନର ଶିଶୁକୁ ଡ୍ରେନରେ ଫିଙ୍ଗି ଚାଲିଗଲା ମା’: ୧୨ ଘଣ୍ଟା ପରେ ଜୀବିତ ଉଦ୍ଧାର ହେଲା ଶିଶୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଅମାନୁଷିକ ଘଟଣା ଘଟିଛି। ଜଣେ ମା’ ନିଜର ୩ ଦିନର ଶିଶୁକୁ ଡ୍ରେନରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଶୀତରେ ୧୨ ଘଣ୍ଟା ଯନ୍ତ୍ରଣା ଭୋଗିବା ପରେ ଶିଶୁର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା ।

ଏହି ଘଟଣାକୁ ନେଇ ଇନ୍ସୁରାନ୍ସ ଏଜେଣ୍ଟ ଅନୁ କହିଛନ୍ତି ଯେ ଗତ ସୋମବାର (ଡିସେମ୍ବର ୧୪) ଯେତେବେଳେ ସେ ଅଫିସକୁ ଯାଉଥିଲେ ରାସ୍ତା ପାଖ ନାଳରେ ଶିଶୁଟିଏ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ି ଅଟକାଇ ଶିଶୁକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପାଇଁ ଶିଶୁକୁ ଭର୍ତ୍ତି କରାଯାଇଥିଲା। ଗୋଟିଏ ସପ୍ତାହ ଚିକିତ୍ସା ପରେ ଶିଶୁଟି ବିପଦ ମୁକ୍ତ ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତରୁ ପ୍ରକାଶ। ଯଥା ଶୀଘ୍ର ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁଡିସି) ଶିଶୁକୁ ନିଜ ହେପାଜତକୁ ନେବେ।

Three-day-old baby dumped in drain in Delhi, woman's prompt action saves her | Delhi News - Times of India
୨୩ ବର୍ଷୀୟ ବୀମା ଏଜେଣ୍ଟ ଅନୁଙ୍କ କହିବାନୁସାରେ, ମୁଁ ନିଜ ଗାଡ଼ିରେ ସକାଳ ପାଖାପାଖି ୯.୩୦ ସମୟ ହେବ ଅଫିସ ଯାଉଥିଲି। ଏହି ସମୟରେ ସଫେଇ କର୍ମଚାରୀମାନେ ନାଳରେ ଏକ ଶିଶୁ ପଡ଼ିଥିବା ସମ୍ପର୍କରେ ଖବର ଦେଇଥିଲେ। ମୁଁ ସେମାନଙ୍କ କଥା ଶୁଣି ନାଳ ନିକଟକୁ ଯାଇ ଦେଖିଲା ବେଳକୁ ଏକ ଶିଶୁଟି ଥଣ୍ଡାରେ ପଡ଼ି ରହିଛି ଓ ଆଉ ସେ ଜୀବିତ ଅଛି। ତୁରନ୍ତ ତାକୁ ସେଠାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଆସିଥିଲି।

ହସ୍ପିଟାଲରେ ଭର୍ତ୍ତି କରିବା ପରେ ଶିଶୁକୁ ଦେଖାଶୁଣା କରିବାକୁ ହୋଇଥିଲା। ତେଣୁ ୭ଦିନ ପର୍ଯ୍ୟନ୍ତ ଅଫିସ ଯାଇ ପାରି ନଥିଲି। ଏହି କାମରେ ମୋର ପରିବାର ଲୋକ ବି  ମୋତେ ବହୁତ ସାହାଯ୍ୟ କରିଥିଲେ। ଏହି ଘଟଣାପରେ ଶିଶୁ ସହିତ ପୂରା ପରିବାର ଯୋଡ଼ି ହୋଇଯାଇଛନ୍ତି। ମୋର ଭଉଣୀ ଉକ୍ତ ଶିଶୁକୁ ପୂରା ନିୟମ ଅନୁଯାୟୀ ଗ୍ରହଣ କରିବାକୁ ରାଜି ହୋଇଛି।

ସମ୍ବନ୍ଧିତ ଖବର