ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ନୂଆପଡ଼ାସୀମା ଅଞ୍ଚଳବାସୀ

ଯୋଜନା ଯାଉଛି କୁଆଡ଼େ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଦୁର୍ଗମ ଅଞ୍ଚଳର ବିକାଶ କରୁଥିବା ବେଲି ସରକାର ଡ଼ିଡିମ୍ବ ମାରୁଥିବା ବେଳେ ଚଳିତ ମାସ ୧୦ ତାରିଖ ଦିନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି। ହେଲେ ଏହି ଯୋଜନା ପ୍ରକୃତରେ କାହା ପାଇଁ ବର୍ତ୍ତମାନ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନୂଆପଡ଼ା ଜିଲ୍ଲା ଗଠନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଦୁର୍ଗମ ତଥା ଛତିଶଗଡ଼ ସୀମାନ୍ତର ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ମିଳିଛି। ହେଲେ ଆଜି ବି ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକ ବହୁ ଦୟନୀୟ ଅବସ୍ଥାରେ ଦିନ ବିତାଉଥିବା ଦେଖିବାକୁ ମିଲିଛି।

ଆଜି ଏହି ସୀମାନ୍ତବର୍ତ୍ତୀରେ ବସବାସ କରୁଥିବା ଲୋକ ରୋଜଗାର ଅଭାବରୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସୀମାନ୍ତବର୍ତ୍ତୀ ଲୋକଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଯୋଜନା ଯାଉଛି କୁଆଡ଼େ। ଏହା ଉପରେ ସରକାର ଅନୁଧ୍ୟାନ କରିବା ଜରୁରୀ ହୋଇଛି। ନହେଲେ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ଛତିଶଗଡ଼ ରାଜ୍ୟରେ ମିଶିବାକୁ ଯୋଜନା ଆରମ୍ଭ କଲେଣି।

ଏହା ପୂର୍ବରୁ ରାଜ୍ୟସରକାର ସଜାଗ ରହିବା ଜରୁରୀ ବୋଲି ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚା ହୋଇଛି। ରାଜ୍ୟ ସରକାର ସୀମାନ୍ତର ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ବିଶେଷ କରି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଦୁର୍ଗମ ଅଞ୍ଚଳରେ ବାସବାସ କରୁଥିବା ‌ଚକୋଟି‌ଆ ଭୁଞ୍ଜିଆ ତଥା ଅନ୍ୟ ସଂପ୍ରଦାୟ ପାଇଁ ସରକାର ଚକୋଟିଆ ଭୂଞ୍ଜିଆ ଉନ୍ନୟନ ସଂସ୍ଥା (ସିବିଡିଏ) ତଥା ଓଡ଼ିଶା ଆଦିମ ଜନଜାତି ଶସକ୍ତି କରଣ ଓ ଜୀବିକା ଉନ୍ନତି କର୍ଯ୍ୟକ୍ରମ (ଓପିଲିପି) କରାଯାଇଛି। ଏହି ଦୁଇ ସଂସ୍ଥା ସୁନାବେଡ଼ା, ସୋ‌ସେଙ୍ଗ, ମିଛାପାଳି ପଞ୍ଚାୟତରେ ବସବାସ କରୁଥିବା ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଜିଲ୍ଲା ସ୍ତରୀୟରେ ବିଭିନ୍ନ ଯୋଜନା କରିଥାନ୍ତି। ହେଲେ ଏହି ଯୋଜନା କେବଳ କାଗଜ କଲମରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

୨୦୨୦ ମସିହରେ ସୁନାବେଡ଼ା ଅଭୟାରଣ୍ୟବାସୀଙ୍କ ରୋଜଗାର ପାଇଁ ହଳଦୀ, କୁକୁଡା, ଛେଳି, ସପୁରୀ, ପିଇବା ପାଣି ରେ ସବିଡିଓ ୧ କୋଟିରୁ ଉର୍ଦ୍ଧ ଟଙ୍କା ହେରଫେର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ୩ଟି ପଞ୍ଚାୟତରେ ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଆଜି ବି ଏହି ଅଞ୍ଚଳର ବିକାଶ ହୋ‌ଇପାରୁ ନାହିଁ କହିଁକି?

ସରକାର ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲେ ମଧ୍ୟ ଆଜି ବି ବହୁ ଗାଁରେ ବିଦ୍ୟୁତ ସରବରା ବନ୍ଦ ରହିଛି। ଅନ୍ୟ ଗାଁକୁ ଖମ୍ବପୋତା ହୋଇ ତାର ଟାଣ ଯାଇଥିଲେ ବି ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ସୁନାବେଡ଼ା ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ କାମ ଚାଲୁଥିଲା। ହେଲେ ବନ୍ୟଜନ୍ତୁ ବିଭାଗ ବାଘ୍ର୍ୟ ପ୍ରକଳ୍ପ ବୋଲି ଅନୁମତି ଦେଇ ନାହାନ୍ତି। ନାହିଁ। ଯାହାଫଳରେ ବିଭିନ୍ନ ଉନ୍ନୟନ କାମ ବନ୍ଦ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଓଡ଼ିଶା ସରକାର ଆମ ଦୁର୍ଗମ ତଥା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମୌଳିକ ସୁବିଧା ସହ ରୋଜଗାର ସୁବିଧା ନହେଲେ ଶେଷରେ ଓଡ଼ିଶା ଛାଡି ଛତିଶଗଡ଼ରେ ମିଶିବେ ବୋଲି ସେମାନେ ଯୋଜନା କରିଛନ୍ତି। ଏଥିରେ ସରକାର ଓ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଦାୟୀ ରହିବ ବୋଲି ଦୁର୍ଗମ ଅଞ୍ଚଳର ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର