ପୋଖରୀରୁ ସଦ୍ୟଜାତ ଶିଶୁ କନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗଞ୍ଜେଇ ଗୋଦାମ ଛକ ନିକଟରେ ଥିବା ଏକ ପୋଖରୀରୁ ଆଜି ସକାଳେ ଏକ ଶିଶୁ କନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଶିଶୁର ଦୁଇ ଦିନ ମଧ୍ୟରେ ମୃତ୍ୟୁ ହୋଇଯାଇଥିବାରୁ ଶବ ପଚିଯାଇଥିବା ଦେଖିବାକୁ ମିଳିଛି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରିପକ୍ବ ଅବସ୍ଥାରେ ଶିଶୁଟି ଜନ୍ମ ହୋଇଯାଇଥିବା ଅଥବା କୌଣସି ମହିଳା ଗର୍ଭ ନଷ୍ଟ କରାଇବା ପରେ ଲୋକ ଲଜ୍ଜା ଭୟରେ ପୋଖରୀକୁ ଫିଙ୍ଗି ଦେଇଥିବା ଆଲୋଚନା ହେଉଛି । ଆଜି ସକାଳେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଏକ ଶିଶୁର ମୃତଦେହ ପୋଖରୀରେ ଭାସୁଥିବା ଦେଖି ନିଲାମଧାରୀଙ୍କୁ ଜଣାଇଥିଲେ ।
ଖବର ପାଇ ନିଲାମଧାରୀ ପାଣିରୁ ଶବ ଉପରକୁ ଫିଙ୍ଗି ଦେଇଥିବା ସୂଚନା ମିଳିଛି । ଏହାକୁ ଦେଖିବା ପାଇଁ ପୋଖରୀ ହୁଡ଼ାରେ ଲୋକଙ୍କର ଭିଡ଼ ଜମିଥିଲା । ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫେରି ଯାଇଥିଲା ।

ସମ୍ବନ୍ଧିତ ଖବର