ଖାନନଗର ବସ୍ ଟର୍ମିନାଲ ପ୍ରକଳ୍ପକୁ ବିରୋଧ କରି ମାମଲା ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ମିଳିଲାନି ରହିତାଦେଶ

କଟକ: ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପକୁ ବିରୋଧ କରି ଦାୟର ହୋଇଥିବା ମାମଲାରେ ହାଇକୋର୍ଟ ସରକାରଙ୍କୁ ନୋଟିସ କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସ ଟର୍ମିନାଲ ପ୍ରସଙ୍ଗରେ କୌଣସି ପ୍ରକାର ରହିତାଦେଶ ଜାରି କରିବାକୁ ହାଇକୋର୍ଟ ମନା କରିଛନ୍ତି। ହାଇକୋର୍ଟ ବୃନ୍ଦାବନ ଦାସ ଆଜାଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଖାନନଗରର ଆବାସିକ ଅଞ୍ଚଳରେ ବସଷ୍ଟାଣ୍ଡ ନିର୍ମାଣକୁ ଆବେଦନକାରୀ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବସଷ୍ଟାଣ୍ଡ ପାଇଁ ପାଠାଗାର, ନର୍ସରୀ, ସରକାରୀ ସ୍କୁଲ୍ ଉଚ୍ଛେଦ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର