୧୨ ଦିନର ମାନବୀୟ ଲୀଳା ଶେଷ ପରେ ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ

ପୁରୀ : ୧୨ ଦିନର ଲୀଳାଖେଳ ଶେଷ ପରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ ବି ଲାଗି ରହିଛି। ତେବେ ୧୬ ତାରିଖରେ ଚନ୍ଦ୍ରଗ୍ରହଣ ଥିବାରୁ ଆଜି ସଅଳ ନୀତି ସାରିବାକୁ ନିର୍ଘଣ୍ଟ ହୋଇଥିଲା।

ସିଂହାସନ ମାଜଣା କରାଯିବ ଓ ପୁଷ୍ପାଞ୍ଜଳି ପରେ ଅପରାହ୍ନରେ ରତ୍ନମଣ୍ଡପକୁ ବିଜେ ପାଇଁ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀମନ୍ଦିରକୁ ମଦନମୋହନ ବିଜେ ହୋଇଛନ୍ତି। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ମଧ୍ୟରେ ରୁନ୍ଧା ସରିବାର ନୀତି ନିର୍ଘଣ୍ଟ ହୋଇଛି।

ସମ୍ବନ୍ଧିତ ଖବର