“ମୁଁ ବି ଯିବି ଭୁବନେଶ୍ୱର” ଡାକରା ଦେଇ ନୂଆପଡା ଜିଲ୍ଲାରେ ଜମାକାରୀଙ୍କ ପ୍ରସ୍ତୁତି ବୈଠକ

ନୂଆପଡା: ବୁଧବାର ନୂଆପଡା ଜିଲ୍ଲା ସଭାପତି ଅମର ସାହୁଙ୍କ ଅଧ୍ୟକ୍ଷତାରେ ସାହୁ ସମାଜ ଭବନ ଠାରେ ଜମାକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ନଅ ବର୍ଷ ହେଲା ଲଢେଇ କରି ଜମାକାରୀ ସେମାନଙ୍କର ଧର୍ଯ୍ୟ ଓ ସାମର୍ଥ୍ୟ ହରାଇ “ମୁଁ ବି ଯିବି ଭୁବନେଶ୍ୱର” ଡାକରାରେ ସାମିଲ ହୋଇ ନିଜ ପଇସା ଫେରି ପାଇବା ପାଇଁ ଅନ୍ତିମ ଲଢେଇ କରିବାକୁ ନିଷ୍ପତି ନେଇଛନ୍ତି।

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆହ୍ୱାନ କ୍ରମେ ରାଜ୍ୟ ସାରା ଏହିଭଳି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଜମାକାରୀଙ୍କୁ ତାର ଶେଷ ଲଢେଇ ପାଇଁ ପ୍ରସ୍ତୁତ କରାଯିବ ବୋଲି ମଞ୍ଚର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ମଞ୍ଚର ଯୁଗ୍ମ ଅବାହିକା ଅନୁରାଧା ସୁବୁଦ୍ଧି ପ୍ରତ୍ୟେକ ଗାଁରୁ ପାଞ୍ଚ ଜଣ ଲେଖାଏ ଜମାକାରୀ ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଲଢେଇରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆପଡା ଜିଲ୍ଲାର ତିରିଥ ରଣା, ୟାଦରାମ ସାହୁ, ଜ୍ଞାନରଞ୍ଜନ ସାହୁ, ଜିତେଶ୍ୱରି ସାହୁ, ରାଜେଶ୍ୱରୀ ସାହୁ, ଗଣପତ ରାଉତ, କମଳ ରାଉତ ଓ ଲଙ୍କେଶ୍ୱର ବୈରାଗୀ ପ୍ରମୁଖ ଅଂଶ ଗ୍ରହଣ କରି ଆନ୍ଦୋଳନକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବାକୁ ନିଜ ନିଜ ମତ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର