ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ; ଆର୍‌ଏସ୍‌ପି କର୍ମଚାରୀ ଗିରଫ

ବୀରମିତ୍ରପୁର: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜନୈକା ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ରାଏବଗା ପୁଲିସ ଝୁନମୁର ଅନ୍ଧାରି ଗ୍ରାମର ଆର୍‌ଏସ୍‌ପି କର୍ମଚାରୀ ଅମରେଶ ଡୁଙ୍ଗଡୁଙ୍ଗ(୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅମରେଶ ଡୁଙ୍ଗଡୁଙ୍ଗ ଆର୍‌ଏସ୍‌ପି‌ରେ ଚାକିରି କରିବା ସହ ସେକ୍ଟର-୬ ସ୍ଥିତ କ୍ବାର୍ଟର୍ସରେ ରହୁଥିଲେ। ସେ ଶାରୀରିକ ଅସୁସ୍ଥତା ଯୋ‌ଗୁ ଚିକିତ୍ସା ପାଇଁ ଆଇଜିଏଚ୍ ଯିବାବେଳେ ସେଠାରେ ନର୍ସିଂ ଟ୍ରେନିଂ ନେଉଥିବା ସୁନ୍ଦରଗଡ଼ ଅଞ୍ଚଳର ଜନୈକା ଯୁବତୀଙ୍କ ସହିତ ଦେଖା ହୁଏ। ଦେଖା ସାକ୍ଷାତରୁ ଉଭୟଙ୍କ ମଧ୍ୟରେ କ୍ରମେ ପ୍ରେମ ସଂପର୍କ ଗଢିଉଠିଥିଲା। ପ୍ରେମ ସଂପର୍କ କ୍ରମେ ଘନୀଭୂତ ହେବା ସହ ଏହା ଶାରୀରିକ ସଂପର୍କରେ ରୂପାନ୍ତର ହୋଇଥିଲା। ଅମରେଶ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା। ଦୀର୍ଘ ଦୁଇ ବର୍ଷ ଧରି ଏହି ପ୍ରେମ ସଂପର୍କ ଚାଲିବା ପରେ ଯୁବତୀ ଜଣଙ୍କ ବିବାହ ପାଇଁ ଚାପ ପକାଇଥିଲେ।

ତେବ‌େ ଅମରେଶ ବିବାହ କରିବାକୁ ମନା କରିଦେଇଥିଲେ। ଅନ୍ୟ ଉପାୟ ନପାଇ ଯୁବତୀ ଜଣକ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ରାଏବଗା ପୁଲିସ ଥାନା କେସ୍ ନଂ ୪୨, ଧାରା ୩୭୬(୨)(ଏମ୍)ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଅମରେଶକୁ ଗିରଫ କରିବା ପରେ ଉଭୟଙ୍କୁ ଡାକ୍ତରୀମାଇନା କରାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର