ଟ୍ରକ୍‌ରେ ପିଟିହେଲା କାର୍‌: ଜଣେ ମୃତ, ଚାରି ଗୁରୁତର

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶୈଲଙ୍ଗ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚାରିଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଚାରିଜଣ ବ୍ୟକ୍ତି ଏକ ଏକ୍ସେଣ୍ଟ କାର୍‌ରେ ବଡ଼ବିଲରୁ ଭୁବନେଶ୍ବର ଫେରୁଥିଲେ।

ସକାଳ ୭ଟାବେଳେ ଶୈଲଙ୍ଗ ନିକଟରେ ଛିଡ଼ା ହୋଇଥିବା ଏକ ଲୁହାପଥର ‌ବୋଝେଇ ଟ୍ରକ୍‌ରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଡ୍ରାଇଭର ଭୁବନେଶ୍ବର ନୟାପଲ୍ଲୀର ପ୍ରଶାନ୍ତ ନାୟକ (୨୪), ଦିଗପହଣ୍ଡିର ଏସ୍. ଦାମ ରେଡ୍ଡୀ, ଗୁଡ଼ୁ ବେହେରା (୩୮), ଉଦ୍ଧବ ରେଡ୍ଡୀ (୫୦), ଦଣ୍ଡ ରେଡ୍ଡୀ (୨୪) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। କିଛି ସମୟ ପରେ ଦଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଘସିପୁରା ପୁଲିସ୍ ଏକ ମାମଲା ରୁଜୁ କରି ଆନନ୍ଦପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର