ନୂଆ ଜିଲ୍ଲାପାଳଙ୍କୁ ନୂଆ ଚ୍ୟାଲେଞ୍ଜ; ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଦାୟିତ୍ବ ନେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାତାର ଦୁଇ ଦୁଇ ଜିଲ୍ଲାପାଳ ବିବାଦୀୟ ହୋଇ ତଡା ଖାଇଥିବା ବେଳେ ଏବେ ନୂଆ ଜିଲ୍ଲାପାଳଙ୍କୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ନୂଆ ଜିଲ୍ଲାପାଳ ବିଶାଳ ସିଂଙ୍କ ନିକଟରେ ନୂଆ ଚ୍ୟାଲେଞ୍ଜ ଆଗକୁ ଆସୁଛି, ଯାହାକୁ ସାମ୍ନା କରିବା ପାଇଁ ସେ କେତେ ସଫଳ ହେବେ ତେହା ସମୟ କହିବ।

ତେବେ କଂଗ୍ରେସର ଦୁଇ ଦୁଇ ଜିଲ୍ଲାପାଳଙ୍କୁ ବଦଳି କରିବାରେ ଏକ ପ୍ରକାର ପ୍ରମୁଖ ଭୁମିକା ଗ୍ରହଣ କରିଥିବା ବେଳେ ଆସନ୍ତା ଚାରି ତାରିଖ ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାର ଯୋଜନା ରଖିଛି। ଲଘୁ ଖଣିଜ ସଂପଦ ନିଲାମରେ ହୋଇଥିବା ଦୁର୍ନୀତିକୁ ନେଇ ତୁରନ୍ତ ଟେଣ୍ଡର ବାତିଲ କରିବା ପାଇଁ ଅଡି ବସିଥିବା କଂଗ୍ରେସ ସରକାର ଏନେଇ କି ପଦକ୍ଷେପ ନେବେ ଆଗକୁ ଜଣାପଡିବାକୁ ଥିବା ବେଳେ କଂଗ୍ରେସ ଟେଣ୍ଡର ବାତିଲ ନହେଲେ ଜିଲ୍ଲାକୁ ଠପ୍ କରିଦେବାର ଚେତାବନୀ ଦେଇଛି। ୱାଇ.ବିଜୟ ଆସିବାର ଚାରିମାସ ବିତିଥିବା ବେଳେ ଏତେ କମ୍ ସମୟରେ ଏତେବଡ ଭୁଲ କରିଥିବା ନେଇ କଂଗ୍ରେସ ଜିଲ୍ଲାପାଳଙ୍କୁ ମାଡି ବସିଥିଲା। ଯାହାକୁ ପରେ ବିଜେପି କଂଗ୍ରେସ ସହ ସ୍ବର ମିଳାଇ ତୁରନ୍ତ ଟେଣ୍ଡର ଫିକ୍ସିଂର ତଦନ୍ତ ପାଇଁ ଦାବି କରିଥିଲା।

ନୂତନ ଜିଲ୍ଲାପାଳ ବିଶାଳ ସିଂ ଆଜି ଦାୟୀତ୍ବ ଗ୍ରହଣ କରିଥିବା ଜଣାପଡିଛି। ବର୍ତ୍ତମାନ ତତ୍କାଳୀନ ଜିଲ୍ଲାପାଳ ୱାଇ.ବିଜୟ ନିଜର ପ୍ରକୋଷ୍ଠକୁ ଭାଙ୍ଗି ତାକୁ ସୌଖିନ ମିଜାଜରେ କଠୋରୀ ନିର୍ମାଣ କରିବାକୁ ସମସ୍ତ ଯୋଜନା କରିଥିବା ବେଳେ ତାଂକର ବଦଳି ପରେ ଏବେ କାମ୍ ଏକ ପ୍ରକାର ଠପ୍ ହୋଇଯାଇଛି। ତେବେ ନୂତନ ଜିଲ୍ଲାପାଳ ଏହି କାର୍ଯ୍ୟକୁ ଚାଲୁ ରଖିବେ ନା ନାହିଁ ତାହା ଜଣାପଡି ନାହିଁ। କଂଗ୍ରେସ ଏହି କଠୋରୀର ସମସ୍ତ ଖର୍ଚ୍ଚ ରାସ୍ତା ଓ ଗୃହ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଜିଲ୍ଲାପାଳ ନିଜ ଦରମାରୁ ଭରଣ କରନ୍ତୁ ବୋଲି ଦାବି କରିଛି। ଏବେ ନୂତନ ଜିଲ୍ଲାପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେଉଁଠି ବସିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର