ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଉରକେଲା: ଆଜି ସକାଳୁ ବୀରମିତ୍ରପୁର ବ୍ୟାଙ୍କ କଲୋନି ନିକଟ ପେଟ୍ରୋଲ ପମ୍ପରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତ କର୍ମଚାରୀଙ୍କ ନାମ ସମରା କୁଜୁର (୩୬)ଓ ତାଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସମରା କୁଜୁର ଗତ ପ୍ରାୟ ୮ ବର୍ଷ ହେବ ପେଟ୍ରୋଲ ପମ୍ପରେ କାମ କରୁଥିଲେ l ପେଟ୍ରୋଲ ପମ୍ପ ଷ୍ଟାଫ କ୍ୱାଟରରେ ରହୁଥିଲେ l ତେବେ ଆଜି ସକାଳେ ଅନ୍ୟ କର୍ମଚାରୀ ସମରାଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ l ବୀରମିତ୍ରପୁର ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l

ସମ୍ବନ୍ଧିତ ଖବର