ବାର୍‌ହାକୁ ଧକ୍କା ଦେଇ ପିକ୍‌-ଅପ୍‌ ଓଲଟିଲା; ବାରହା ମୃତ, ୧୫ ଶ୍ରମିକ ଆହତ

ହେମଗିର: ଆଜି ସଂଧ୍ୟାରେ ଶ୍ରମିକ ମାନଙ୍କୁ ନେଇ ଘରକୁ ଫେରୁଥିବା ଏକ ପିକ୍‌-ଅପ୍‌ ଗାଡି ରାସ୍ତାରେ ଏକ ବାର୍‌ହା ସହ ଧକ୍କା ଖାଇ ରାସ୍ତା ଉପରେ ଓଲଟି ପଡିବାରୁ ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ବାର୍ହା‌ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାଟି ହେମଗିର କନିକା ମୁଖ୍ୟ ରାସ୍ତାର ଆର୍ଯ୍ୟନ କୋଲୱସରୀ ନିକଟରେ ଘଟିଛି।

ପିକ୍-ଅପ୍‌ (ଓଡି୧୬ଜି-୬୬୮୯) ସଧ୍ୟାରେ ଶ୍ରମିକମାନଙ୍କୁ ନେଇ ହେମଗିର ପଟରୁ କନିକା ଆଡକୁ ଆସୁଥିବା ବେଳେ ହଠାତ ଜଙ୍ଗଲ ଭିତରୁ ଏକ ଜଙ୍ଗଲି ବାରହା ଦୌଡ଼ି ରାସ୍ତା ପାରି ହେବା ସମୟରେ ପିକ ଅପ ସହ ଧକ୍କା ହେବାରୁ ଗାଡି ଟି ରାସ୍ତା ଉପରେ ଓଲଟି ପଡିଥିଲା। ଆହତ ମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଶ୍ରମିକ ରହିଥିବା ବେଳେ ସମସ୍ତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ସମ୍ବନ୍ଧିତ ଖବର