ମିନିଟ୍ରକ ସହିତ ପିକଅପ ଧକ୍କା, ଚାଳକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଛକରେ ଏକ ମିନିଟ୍ରକ ସହିତ ପିକଅପ ଗାଡ଼ି ଧକ୍କାରେ ପିକଅପ ଚାଳକ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସକାଳ ସାଢେ ଏଗାରଟା ବେଳେ ଓଡ଼ି-୦୫-ଏଡବ୍ଲୁ-୪୩୯୩ ନମ୍ବର ପିକଅପ ଗାଡି ଅନୁଗୁଳ ଆଡୁ ବଇଣ୍ଡା ଆଡକୁ ଯାଉଥିଲା। ଯିବା ବାଟରେ ଜରପଡା ଛକ ନିକଟରେ ବିପରୀତ ଆଡୁ ଅଚଳ ଗାଡିକୁ ପଛରୁ ଟଣାହୋଇ ହୋଇଯାଉଥିବା ଓଆର-୦୨-ବିଜେଡ଼-୪୪୩୮ ନମ୍ବର ମିନିଟ୍ରକ ଗାଡି ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଗାଡିଚାଳକ ଗୁରୁତର ଆହତ ହୋଇଛନ୍ତି। ପିକଅପ ଚାଳକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରି ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜରପଡା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳେଇଛି।

ସମ୍ବନ୍ଧିତ ଖବର