୨୦ରୁ ଉର୍ଦ୍ଧ୍ବ ଦେଶୀ ମହୁଲି ଭାଟି ଉପରେ ଚଢ଼ାଉ, ହଜାର ହଜାର କେଜି ମହୁଲ ପୋଚ ନଷ୍ଟ

ଘୁ.ଉଦୟଗିରି: କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଂଚଳରେ ଚୋରା ଦେଶୀ ମହୁଲୀ ମଦ ବ୍ୟବସାୟୀଙ୍କ ପାଇଁ ପୁଷମାସ ଚାଲିଥିଲା। ପୁଲିସ କରୋନା ପାଇଁ ଚାଲିଥିବା ଲକଡାଉନ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଚୋରା ମହୁଲି ମଦ ବ୍ୟବସାୟୀ ଅବାଧରେ ନିଜ ବ୍ୟବସାୟ କରିଚାଲିଥିଲେ।

କନବାଗେରି ନିକଟ ସିର୍କୀ ଡେମ କଡେ ଥିବା ଜଙ୍ଗଲରେ ଏତେ ମାତ୍ରାରେ ଦେଶୀ ମହୁଲି ମଦ ଭାଟି ଚାଲିଥିବା ଖବର ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସହାୟତାରେ ଆଜି ପୁଲିସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ସହଯୋଗରେ ଦେଶୀ ମହୁଲି ମଦ ଭାଟି ଉପରେ ଅତର୍କିତ ଚଢ଼ାଉ କରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ।

ହଜାର ହଜାର ଲିଟର ମୁହୁଲ ପୋଚ ନଷ୍ଟ କରିଥିବା ବେଳେ ଶହ ଶହ ଲିଟର ମହୁଲି ମଦ ନଷ୍ଟ କରିଦେଇଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ସ୍ଥାନୀୟ ପୁଲିସକୁ ଏକ ବିରାଟ ସଫଳତା ମିଳିଛି। ଏହି ଚଢ଼ାଉରେ ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କାଙ୍କ ନେତୃତ୍ୱରେ ଏସଆଇ କୌଶଲ୍ୟା ବେହେରା ଏବଂ ଫୋର୍ସ  ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର