ପୁରୀ: ୩୭ ମୋବାଇଲ ଫୋନ୍‌ ଜବତ, ୪ ଗିରଫ

ପୁରୀ: ଚନ୍ଦନପୁର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣ ଚୋରଙ୍କୁ ଗିରଫ କରିବା ସହିତ ୩୭ଟି ମୋବାଇଲ ଫୋନ୍‌ ଜବତ କରିଛି। କିଛି ମାସ ତଳେ ଏହି ଅଞ୍ଚଳରେ ମୋବାଇଲ ଚୋରି ନେଇ ବିଭିନ୍ନ ସମୟରେ ହୋଇଥିବା ଅଭିଯୋଗ ନେଇ ପୁଲିସ ପକ୍ଷରୁ ଚୋରଙ୍କୁ ଧରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। କିଛି ଦିନ ଭିତରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୩ଜଣ ଫେରାର ଅଛନ୍ତି ବୋଲି ପୁଲିସ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିନଳୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛି।

ପୁଲିସ ପୁରୀ ଟାଉନ ଥାନା ଅନ୍ତର୍ଗତ ଗାଳମାଧବ ପୀଠ ଅଞ୍ଚଳର ହରଚଣ୍ଡୀ ସାହିର କେଦାରନାଥ ଖୁଣ୍ଟିଆଙ୍କ ପୁଅ ମାଧବଚନ୍ଦ୍ର ଖୁଣ୍ଟିଆ(୩୩), ସଦର ଥାନା ଅନ୍ତର୍ଗତ ଘାଟକୋଳିର ରାଜକିଶୋର ସ୍ୱାଇଁଙ୍କ ପୁଅ ନିରଞ୍ଜନ ସ୍ୱାଇଁ(୩୨), ଚନ୍ଦନପୁର ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ସ୍ୱର୍ଗତ ପାନୁ ଭୋଇଙ୍କ ପୁଅ ବଚନ ଭୋଇ(୨୦) ଓ ମାଣସାହି ଗ୍ରାମର ସ୍ୱର୍ଗତ କୁବେର ମଲ୍ଲିକଙ୍କ ପୁଅ ବଟକିଶୋର ମଲ୍ଲିକ(୧୯)ଙ୍କୁ ଗିରଫ କରିଛି।

ସେହିପରି ଚନ୍ଦନପୁର ଥାନା ଅନ୍ତର୍ଗତ ମାହାଣା ସାହି ଗ୍ରାମର ସ୍ୱର୍ଗତ ମନ ମଲ୍ଲିକଙ୍କ ପୁଅ ଦିପୁନା ମଲ୍ଲିକ(୧୯), ଭାସ୍କର ମଲ୍ଲିକଙ୍କ ପୁଅ କାଳିଆ ମଲ୍ଲିକ(୨୩) ଓ ଦାମୋଦରପୁର ଗ୍ରାମର ରବି ସାହୁଙ୍କ ପୁଅ ତୋଫାନ ସାହୁ(୧୯) ଫେରାର ଅଛନ୍ତି।

 

ସମ୍ବନ୍ଧିତ ଖବର