ବ୍ରିଜ ପାଇଁ ନିର୍ମାଣ ହୋଇଥିବା ପିଲର୍ ଭିତରେ ଖସିପଡ଼ିଲା ଚିତା ବାଘ !

ପିପିଲି: ବ୍ରିଜ ପାଇଁ ନିର୍ମାଣାଧୀନ ପିଲର୍ ଭିତରେ ଖସିପଡିଲା ଚିତା ବାଘ ଭଳି ଦିଶୁଥିବା ଯନ୍ତୁ | ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଶୁଆବରି ଗ୍ରାମରେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି | ସୂଚନା ମୁତାବକ ପିପିଲିର ଶୁଆବରି ନିକଟରେ ଥିବା ଗଙ୍ଗୁଆ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହେଉଥିଲା | ଏଥିପାଇଁ ଉଦ୍ଦିଷ୍ଟ ପିଲରରେ ଆଜି ସକାଳେ ବର୍ଷା ଯୋଗୁଁ ପାଣି ଜମିଯାଇଥିଲା | ଏହି ସମୟରେ ଏକ ଚିତା ବାଘ ଭଳି ଦେଖା ଯାଉଥିବା ଯନ୍ତୁ  ପିଲର ଭିତରେ  ଖସିପଡିଥିଲା | ‌କେତେକ ଏହାକୁ ଚିତା ବାଘ ନୁହେଁ  ‘ଫିସିଙ୍ଗ କ୍ୟାଟ୍’ ବୋଲି କହିଛନ୍ତି। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଛନ୍ତି।

ବାଘଟିର ଚିତ୍କାର ଶୁଣି ଗ୍ରାମବାସୀ ଆସି ଘଟଣାସ୍ଥଳରେ ପହଂଚିଥିଲେ | ବାଘଟିକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀମାନେ ପ୍ରଚେଷ୍ଟା ଚଳାଇଛନ୍ତି | ଶେଷ ଖବର ସୁଦ୍ଧା ବାଘଟି ପିଲର ମଧ୍ୟରୁ ଉଦ୍ଧାର ହୋଇପାରିନାହିଁ |

ଏକ ବାଉଁଶ ଦ୍ୱାରା ବାଘଟିକୁ ଉପରକୁ ଆଣିବାକୁ ଚେଷ୍ଟା କରାଯାଇଥିଲେ ବି ଏହା ବିଫଳ ହୋଇଛି | ଗ୍ରାମବାସୀ ଏ ବାବଦରେ ବନ ବିଭାଗକୁ ଜଣାଇଛନ୍ତି | ତେବେ ଚିତା ବାଘଟି କେଉଁଠୁ ଆସିଲା ତାହା ଜଣାପଡିନାହିଁ | ବାଘଟି ରାତିରେ ଏହି ବାଟ ଦେଇ ଯାଉଥିବାବେଳେ ଖସିପଡିଥିବାର ଗ୍ରାମବାସୀ ସନ୍ଦେହ କରୁଛନ୍ତି |

ସମ୍ବନ୍ଧିତ ଖବର