ସେଲ୍‌ଟ୍ୟାକ୍ସ ବିଭାଗର ଚଢ଼ଉ, କୋଟିଏ ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ସୂଚନା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବିଭିନ୍ନ ସ୍ଥାନରେ ସେଲ୍‌ଟ୍ୟାକ୍ସ ବିଭାଗର ଚଢ଼ଉ ହୋଇଛି। ସହରର ରଶ୍ମି ଅଟୋ ମୋବାଇଲ୍‌ରେ ଭବାନୀପାଟଣା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରିଥିଲେ। ଲକ୍ଷ୍ମୀ ସେଲ୍ସରେ ନୂଆପଡ଼ା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରିଥିବା ଜଣାପଡ଼ିଛି। ଲକ୍ଷ୍ମୀ ସେଲ୍ସରେ ପାଖାପାଖି ୧କୋଟି ଟଙ୍କାର ଟିକସ୍‌ ଫାଙ୍କିଥିବା ଜଣାପଡ଼ିଛି। ରଶ୍ମି ଅଟୋ ମୋବାଇଲରେ ଚଢ଼ଉ ଜାରି ରହିଥିବାରୁ ସୂଚନା ହସ୍ତଗତ ହୋଇନାହିଁ। ଲକ୍ଷ୍ମୀ ସେଲ୍ସର କମ୍ପ୍ୟୁଟରକୁ ଟିମ୍‌ ଜବତ କରିଛି। ଚଢ଼ଉରେ ନୂଆପଡ଼ା ୟୁନିଟର ଡେପୁଟି କମିସନର ପ୍ରିୟବ୍ରତ ଗଡ଼ତିଆ, ରାଜ୍ୟ କର ଅଧିକାରୀ ସୁଶୀଲ ଖାଲକୋ, ଅତିରିକ୍ତ ରାଜ୍ୟ କର ଅଧିକାରୀ ସୁଜିତ ପଣ୍ଡା ଏବଂ କଳାହାଣ୍ଡି ରେଞ୍ଜର ରାଜ୍ୟକର ଅଧିକାରୀ ନିଳାଦ୍ରି ବିହାରୀ ଦାଢ଼ିଆ ଓ ଭବାନୀଶଙ୍କର ପଟେଲ, ଅତିରିକ୍ତ ରାଜ୍ୟକର ଅଧିକାରୀ ମମତା ପୂଜାରୀଙ୍କ ସହ ଏଆର୍‌ପି ଫୋର୍ସ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର