ମାସ୍କ ନ ପିନ୍ଧିବାରୁ ବିମାନ ଯାତ୍ରୀଙ୍କୁ ଗିରଫ ପରେ କୋର୍ଟ ଶୁଣାଇଲେ ୨୦ ବର୍ଷ ଜେଲ ଦଣ୍ଡ

ଡେନଭର: ବିମାନ ଭିତରେ ମାସ୍କ ନ ପିନ୍ଧିବା ସହ ବିମାନ ପରିଚାଳିକାଙ୍କୁ ଖରାପ ବ୍ୟବହାର କରିବା ଅଭିଯୋଗରେ ଜଣେ ବିମାନ ଯାତ୍ରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ | ଆମେରିକାର ଡେନଭରର ଆଲାସ୍କା ଏୟାରଲାଇନ୍ସର ବିମାନରେ ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତି ବିମାନ ପରିଚାଳିକାଙ୍କ ସହ ସହଯାତ୍ରୀଙ୍କୁ ହଇରାଣ କରିଥିବାର ଅଭିଯୋଗ ଆସିଥିଲା | ମିଳିଥିବା ସୂଚନା ମୁତାବକ ଏହି ବ୍ୟକ୍ତିଙ୍କର ନାମ ଗ୍ରାୟର ହୋଇଥିବାବେଳେ ବିମାନ ଉଡ଼ାଣ ପରେ ସେ ବିମାନରେ ପରିଚାଳିକାଙ୍କୁ ଖରାପ ବ୍ୟବହାର କରିଥିଲେ | ସମସ୍ତ ବିମାନ ଯାତ୍ରୀ ମାସ୍କ ପିନ୍ଧିଥିବାବେଳେ, ସେ ପିନ୍ଧିନଥିବାରୁ ଏୟାରହୋଷ୍ଟେସ ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ |

ଆଉ ଗ୍ରାୟର ନ ପିନ୍ଧିବା ସହ ଏୟାରହୋଷ୍ଟେସଙ୍କୁ ଗାଳି କରିଥିଲେ | ଏହାକୁ ନେଇ ତାଙ୍କ ପାଖ ସିଟରେ ବସିଥିବା ଯାତ୍ରୀ ଜଣକ ଏପରି ନକରିବାକୁ କହିବାରୁ ତାଙ୍କୁ ଆକ୍ରମଣ କରିଥିଲେ | ବିମାନ ବିମାନବନ୍ଦରରେ ଅବତରଣ କରିବା ପରେ ଏହି ମାମଲାକୁ ଗୁରୁତ୍ବର ସହ ଗ୍ରହଣ କରି ଉକ୍ତ ବ୍ୟକ୍ତିଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା | ପୁଲିସ ତାଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରାଇଥିଲା | କୋର୍ଟ ବିମାନ ପରିଚାଳିକାଙ୍କୁ ଖରାପ ବ୍ୟବହାର ସହ କୋଭିଡ ନିୟମାବଳୀ ମାନି ନଥିବାରୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଥିଲେ | ଏହା ସହ ୨୫,୦୦୦ ଡଲାର ଜରିମାନା ମଧ୍ୟ ଦେବାକୁ ରାୟରେ କହିଥିଲେ |

अलास्का एयरलाइंस के पैसेंजर को हुई 20 साल की जेल, मास्क ना पहनने और सीट पर टायलेट करने का लगा आरोप
Photo-Abp news

ପୁଲିସ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଚଢିବା ପୂର୍ବରୁ ଗ୍ରାୟର ପ୍ରଚୁର ମଦ୍ୟପାନ କରିଥିଲେ | ଆଉ ଅଭିଯୁକ୍ତ ଯାହା ବି କରିଥିଲେ ତାହା ତାଙ୍କର ମନେ ନାହିଁ | ତେବେ ଗ୍ରାୟରଙ୍କୁ ପ୍ରଥମ ଶୁଣାଣିରେ ୧୦୦୦୦ ଡଲାରର ଜରିମାନା ବଦଳରେ ଜାମିନ ଦିଆଯାଇଥିବାବେଳେ ମାସ ଶେଷ ସୁଦ୍ଧା ପୁଣି ଅଦାଲତରେ ହାଜର ହେବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର