କୋରାପୁଟ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କୋରାପୁଟ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାୟଗଡା ଓ କୋରାପୁଟ ଗସ୍ତ ଆରମ୍ଭ ହୋଇଛି। ଆଜି ହୀରାଖଣ୍ଡ ଟ୍ରେନର ସେକେଣ୍ଡ ଏସି ର ୨୫ ନଂ ସିଟ ରେ ବସି ଯାତ୍ରା କରୁଛନ୍ତି । ଭୁବନେଶ୍ବରରୁ ଟ୍ରେନ ଧରି ରାୟଗଡ ଅଭିମୁଖେ ଯାତ୍ରା କରୁଛନ୍ତି । ଲୋକଙ୍କ ସହ ଯାତ୍ରାକରି ରେଳ ସମସ୍ୟା ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିଛନ୍ତି । ରେଳ ମନ୍ତ୍ରୀଙ୍କ ଯାତ୍ରୀଙ୍କ ସହ ଯାତ୍ରା ଓ ରେଳ ସେବାନେଇ ଯାତ୍ରୀ ମାନଙ୍କ ସହ ଆଲୋଚନା କରିବା ବହୁତ ବଡ ଉପଲବ୍ଧି । ମନ୍ତ୍ରୀ ସାଧାରଣ ଲୋକଙ୍କ  ସହ ଯାତ୍ରା କରିବା ଓ ସାଧାରଣ ଜୀବନଶୈଳିରେ ବଂଚିବା ଅଭ୍ୟାସ ଦେଶ ପାଇଁ ଶୁଭ ସଙ୍କେତ । ଏହାକୁ କୋରାପୁଟ ଓକିଲ ସଂଘର ସଭାପତି ତଥା କୋରାପୁଟ ବିକାଶ ପରିଷଦର କର୍ମକର୍ତା ଅଜିତ ପାତ୍ର ସ୍ବାଗତ କରିବାସହ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀଙ୍କ ଗସ୍ତ ପରେ କୋରାପୁଟ ଜିଲ୍ଲାର ରେଳ ପଥ ଓ ରେଳ ଭିତ୍ତିଭୂମିକ ବିକାଶ ହେବା ସହ ପ୍ରକୃତି  ପର୍ଯ୍ୟଟନରେ ଭରପୁର କୋରାପୁଟ କୁ ଦେଶ ବିଦେଶର  ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରାଇବା ପାଇଁ ରେଳ ବିଭାଗ ଆବଶ୍ୟକ ପଦକ୍ଷେପ ନେବ ବୋଲି ସେ  ଆଶା ପ୍ରକଟ କରିଛନ୍ତି। ଆସନ୍ତାକାଲି ରାୟଗଡାରେ ପହଞ୍ଚିବା ପରେ ସର୍କିଟ ହାଉସରେ  ରହିବେ। ଏହାପରେ ମଝିଘରିଆଣୀଙ୍କ ଦର୍ଶନ କରିବା ସହ ବୃକ୍ଷ‌ରୋପଣ କରିବେ। ଏହାପରେ ସରକାରୀ କାର୍ଯ୍ୟକ୍ରମ ଶେଷ କରି କୋରାପୁଟ ଜିଲ୍ଲା ଅଭିମୁଖ‌େ ବାହାରିବେ। ଦିନ ପ୍ରାୟ ୧୨ଟା ବେଳକୁ ରୂପକଣାରେ ସ୍ବାଗତ କରାଯିବା ଏହାପରେ ବୁର୍ଜା, ଲକ୍ଷ୍ମୀପୁର, କାକିରିଗୁମ୍ମା, ଦାମନଯୋଡି, ସେମିଳିଗୁଡା, ସୁନାବେଢା ଓ ଡୁମୁରିପୁଟରେ ସ୍ବାଗତକରାଯିବ। ଏହାସହ ଦିନ ୩ଟା ୪୫ରେ କୋରାପୁଟ ସ୍କିଲ ଡେଭେଲମେଣ୍ଟ କେନ୍ଦରେ ବିଭିନ୍ନ ସଂସ୍ଥାଙ୍କ ଦ୍ବାରା ଅତିଥିଙ୍କୁ ସ୍ବାଗତ କରାଯିବ। ୬  ଘଣ୍ଟା ସମୟରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ପରେ ୬ଟା ୩୦ରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ ସୂଚନା‌ଦେବେ।

 

ସମ୍ବନ୍ଧିତ ଖବର