ରାଉରକେଲା: ରାଉରକେଲା ସହରରେ ଭୂତଳ ଜଳସ୍ତର ବୃଦ୍ଧି ସହିତ ଭବିଷ୍ୟତର ଜଳ ସଙ୍କଟ ଦୂର କରିବା ଲାଗି ବର୍ଷା ଜଳ ଅମଳ ପ୍ରକଳ୍ପ କରାଯାଉଛି। ମହାନଗର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ମୋଟ୍ ୮୫୦ଟି ପିଟ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଉରକେଲାରେ ଥିବା ବିଭିନ୍ନ ପାର୍କ ସହିତ ସରକାରୀ ସ୍କୁଲ, କଲେଜ, ହସ୍ପିଟାଲ ପରିସରରେ ଥିବା ଖୋଲାସ୍ଥାନମାନଙ୍କରେ ଏହି ପ୍ରକଳ୍ପ କାମ କରାଯାଉଛି। ୮୫୦ଟି ପିଟ୍ ମଧ୍ୟରୁ ବର୍ତ୍ତମାନ ୨୦୯ଟିର କାମ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ୧୦୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଡ଼ା ଯାଇଛି। ସେମାନେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି। ଏଥିରୁ ସେମାନେ ଯେଉଁ ପାରିଶ୍ରମିକ ପାଉଛନ୍ତି ଏହା ଦ୍ୱାରା ସେମାନେ ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି।
“ରାଉରକେଲା ସହରରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଖୋଲା ଜାଗାମାନଙ୍କରେ ସବୁଜିମା ସୃଷ୍ଟି ହୋଇପାରିବ। ଏହାଛଡ଼ା ଭୂତଳ ଜଳସ୍ତର ପରିମାଣ ବୃଦ୍ଧି ହେବା ସହିତ ପାନୀୟ ଜଳ ସଙ୍କଟ ମଧ୍ୟ ଦୂର ହୋଇପାରିବ। ଏହି ପ୍ରକଳ୍ପ କାମ ସହରର ବିଭିନ୍ନ ସ୍ଥାନରେ କରାଯାଉଛି। ଖୁବଶୀଘ୍ର ସମସ୍ତ କାମ ଶେଷ ହେବ’’, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।