ବେଆଇନ ଭାବେ ଚାଲିଥିବା ଗୁଟୁଖା ଗୋଦାମରେ ରାୟଗଡ଼ା ପୁଲିସର ଚଢ଼ାଉ : ଅଧାଟ୍ରକ ଗୁଟୁଖା ଜବତ, ଜଣେ ଅଟକ

ରାୟଗଡ଼ା : ବେଆଇନ ଭାବେ ଚାଲିଥିବା ଏକ ଗୁଟୁଖା ଗୋଦାମରେ ରାୟଗଡ଼ା ଜିଲ୍ଲା ପୁଲିସ ଆଜି ଚଢ଼ାଉ କରି ବିପୁଳ ପରିମାଣର ଗୁଟୁଖା ଜବତ କରିବା ସହିତ ଜଣକୁ ଅଟକ ରଖି ପଚରାଉଚୁରା ଚଳାଇଛି।

ମିିଳିଥିବା ସୂଚନା ଅନୁସାରେ ରାୟଗଡ଼ା କଲେଜ ରୋଡରେ ଥିବା ଏକ ଗୁଟୁଖା ଗୋଦାମ ଦୀର୍ଘଦିନ ହେଲା ବେଆଇନ ଭାବେ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଟାଉନଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଗୋଦାମରୁ ପ୍ରାୟ ଅଧାଟ୍ରକ ଗୁଟୁଖା ଜବତ କରାଯାଇଛି। ଏଥିହସିତ ପୁଲିସ ଜଣକୁ ଅଟକ ରଖି ପଚରାଉଚୁରା ଚଳାଇଛି। ଏହି ଚଢ଼ାଉରେ ଏସଆଇ ରାଜକିଶୋର ବେହେରା, ଶଙ୍କର ପଣ୍ଡା, କ୍ରିଷ୍ଣା ସମାରିଆ ଓ ଏଏସଆଇ କିଶୋର ବେହେରା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର